ଲକ୍‌ଡାଉନ୍‌ ସମୟରେ ଏପରି କାମ ପାଇଁ ଆପଣ ଏହି ସବୁ ହେଲ୍‌ପଲାଇନ୍‌ ନମ୍ବରରେ କଲ୍‌ କରନ୍ତୁ

Advertisment
ଲକ୍‌ଡାଉନ୍‌ ସମୟରେ ଏପରି କାମ ପାଇଁ ଆପଣ ଏହି ସବୁ ହେଲ୍‌ପଲାଇନ୍‌ ନମ୍ବରରେ କଲ୍‌ କରନ୍ତୁ

ThePrint

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ନିୟମ ଲାଗୁ ହୋଇଛି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସହାୟତା ପାଇଁ ଓଡ଼ିଶା ସରକାର କେତେକ ହେଲ୍‌ପଲାଇରନ୍‌ ନମ୍ବର ଜାରି କରିଛନ୍ତି। ସେହି ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକ ନିମ୍ନରେ ଦିଆଯାଇଛି।

୧୦୪:  ରାଜ୍ୟ କୋଭିଡ୍‌-୧୯ ହେଲ୍‌ପଲାଇନ୍‌ ନମ୍ବର।

୧୫୫୩୩୫: ସଂଯୋଗ ହେଲ୍‌ପଲାଇନ୍‌ ନମ୍ବର(ବ୍ୟବସାୟୀ, ଦୋକାନୀ ଓ ହୋଲ୍‌ସେଲର୍‌)।

୦୬୭୪-୨୬୨୦୨୦୦: ପୁଲିସ୍ ହେଲ୍‌ପଲାଇନ୍‌ ନମ୍ବର।

୦୬୭୪-୨୩୯୨୧୧୫: ଗୃହ ମନ୍ତ୍ରାଳୟ ହେଲ୍‌ପଲାଇନ୍‌ ନମ୍ବର।

୧୮୦୦୩୪୫୬୭୦୩: ଅଫିସ୍‌ ଅଫ୍‌ ଲେବର୍‌ କମିସନର୍‌।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ କୁହାଯାଇଛି ଯେ ‘ଲକ୍‌ଡାଉନ୍‌ ସମୟରେ କେଉଁ ବି ପ୍ରକାରର ସହାୟତା ପାଇଁ ଦିଆଯାଇଥିବା ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକରେ ଯୋଗାଯୋଗ କରନ୍ତୁ। ଘରେ ରୁହନ୍ତୁ ଓ କରୋନାରୁ ନିଜକୁ ସୁରକ୍ଷିତ ରଖନ୍ତୁ।’

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ୍‌ ସାରା ବିଶ୍ବରେ ଭୟର ଆତଙ୍କ ଖେଳା ରଖିଛି। ପୂରା ବିଶ୍ବରେ ହଜାର ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରୁଥିବା ବେଳେ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଲାଣି। ଏହାକୁ ଆୟତ୍ତ କରିବାକୁ କେନ୍ଦ୍ର ସରକାର ପୂରା ଦେଶରେ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe