ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା କାର୍: ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଗୁରୁତର

ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା କାର୍: ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଗୁରୁତର

ବାରିପଦା/ବେତନଟୀ: ବାରିପଦା ଉପକଣ୍ଠ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା କାର। ଏହି ଦୁର୍ଘଟଣାରେ ପିଆରଏମର ପ୍ରଫେସର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇଛନ୍ତି।

ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ନିଜେ ଗାଡ଼ି ଚଳାଉଥିଲେ। ସେ କାର୍ ଭିତରେ ଫସି ରହିଥିଲେ। କଟର ସହାୟତାରେ ତାଙ୍କୁ କାଟି ଉଦ୍ଧାର କରାଯାଇଛି। ତାଙ୍କୁ ପିଆରଏମରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe