ଛି.. ଛି.. ଛି ରେ ସ୍ମାର୍ଟସିଟି ଛି.. ଭୁବନେଶ୍ବର ନା ଭୁ'ଜଳେଶ୍ବର' ବା ? ସ୍ମାର୍ଟ କହିବାକୁ ଲାଜ ଲାଗୁଛି, ଟିକେ ବର୍ଷା ହେଲେ ସବୁ ଭାସୁଛି..

ଏଠି ତ ଟିକେ ବର୍ଷା ହେଲେ ଭାସୁଛି ସହର, ନଈ ପାଲଟୁଛି ରାସ୍ତା । ଘରେ ପଶୁଛି ପାଣି, ଅଫିସରେ ପଶୁଛି ପାଣି- ଭାସୁଛି ଗାଡ଼ିମଟର, ବୁଡୁଛି ବସ୍, ଭାସିଯାଉଛନ୍ତି ମଣିଷ, ରାସ୍ତା ମଝିରେ ଫସି ଯାଉଛନ୍ତି ଲୋକେ । ଅତୀତରେ କେତେ କେତେ ଘଟଣା, କେତେ ଦୁର୍ଘଟଣା ଓ ଜଳବନ୍ଦୀକୁ ନେଇ ସମସ୍ୟା ଦେଖିଛି ଏ ସହର ..

bhubaneswar rain

ଭୁବନେଶ୍ବର: ହଇଓ  ! ଶୁଣୁଚ.. ଏଇଥି ପେଇଁ କଣ ମେତେ ଭୁଏଁନଶର ଡାକି ଆଣିଥଲ । କହିଲ କଣ ନା, ଗାଁରେ ରହି କଣ କରିବ ଚାଲ ସ୍ମାର୍ଟ ସିଟିରେ ରହିବ । ତେମେ ବି ସ୍ମାର୍ଟ ହେବ ତମ ପିଲା ବି ସ୍ମାର୍ଟ ହେବେ.. ତମ କଥାରେ ପଡି ପଳେଇ ଆଇଲି, ଏବେ ନାମ ନେଉଛି । ଏଠି ତ ବେଙ୍ଗ ମୁତିଲେ ବନ୍ୟା.. ଆଉ ଯଦି ବଡ ବର୍ଷାଟେ ହେଲା କଥା ସରିଲା । ସହରଟା ସମୁଦ୍ର ପାଲଟିଯାଉଛି, ଛି ଛି କାଇଁ ଆସୁଥେଲି କେଜାଣି ଏ ସହରକୁ । ସହର କହିବାକୁ ଲାଜ ଲାଗୁଛି, ବରଂ ଭଲ ଥିଲା ମୋ ଗାଁ । ସେଠି ତ ଇମିତି ଆଉ ବର୍ଷା ହେଲେ ପାଣି ଜମୁନଥିଲା କି ଘରୁ କଂସା ବାସନ ଲଗେଇ ପାଣି କାଢିବାକୁ ପଡୁନଥିଲା । ଭଲା ଭୁବନେଶ୍ବରରେ ରହିଲି ଯେ ବର୍ଷା ଦିନରେ ଘରୁ ପାଣି କାଢ଼ି କାଢ଼ି ପ୍ରାଣ ବାହାରି ଯାଉଛି.. ହେଇଟି ! ତମେ ତମର ଏଇଠି ପିଲାଝିଲାଙ୍କୁ ନେଇ ରହିଥାଅ ମୁଁ ମୋର ପେଡ଼ି ପୁଟୁଳା ବାନ୍ଧି ଗାଁକୁ ଚାଲିଲି.. ତମ ଏ ଭୁଜଳେଶ୍ବରରେ ଭାସିବା ଅପେକ୍ଷା ଗାଁରେ ଭୋକରେ ରହିବା ଭଲ । ଛି ଛି ଛି- ସ୍ମାର୍ଟ ସିଟି ନା ଫାର୍ଟ ସିଟି ? ତମକୁ ଜୁହାର, ତମ ଭୁବନେଶ୍ବରକୁ ଦୂରୁ ଜୁହାର..

ଯଦିଓ ଏହା ଏକ ବ୍ୟଙ୍ଗ ଚିତ୍ରର କାଳ୍ପନିକ କାହାଣୀ । ମାତ୍ର ଏହା ହିଁ ତ ଭୁବନେଶ୍ବରର ସତ । ଏଠି ତ ଟିକେ ବର୍ଷା ହେଲେ ଭାସୁଛି ସହର, ନଈ ପାଲଟୁଛି ରାସ୍ତା । ଘରେ ପଶୁଛି ପାଣି, ଅଫିସରେ ପଶୁଛି ପାଣି- ଭାସୁଛି ଗାଡ଼ିମଟର, ବୁଡୁଛି ବସ୍, ଭାସିଯାଉଛନ୍ତି ମଣିଷ, ରାସ୍ତା ମଝିରେ ଫସି ଯାଉଛନ୍ତି ଲୋକେ । ଘରୁ ଯିଏ ବାହାରି ଆସିଲା ତାକୁ ଘରେ ପହଞ୍ଚିବା ପାଇଁ ଏଠି ସଂଘର୍ଷ କରିବାକୁ ପଡୁଛି । ଅତୀତରେ କେତେ କେତେ ଘଟଣା, ଦୁର୍ଘଟଣା ଜଳବନ୍ଦୀକୁ ନେଇ ଦେଖିଛି ଏ ସହର ।

smart

ଅସରାଏ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡୁଥିବା ଏ ସହରର ହାଲତକୁ ସୁଧାରିବାକୁ କେତେ କେତେ ପ୍ରୟାସ କରାଯାଇଛି । କାଗଜ କଲମରେ କେତେ କେତେ ଯୋଜନା କରାଯାଇଛି । ଅମକେ ଦେଶରୁ ସମକେ ମେସିନ ଆସି ଢକଢକ କରି ସବୁ ପାଣି ଶୋଷି ନେବ.. ସେ ଇସ୍କନ ପାଖ ଡ୍ରେନ ତଳେ ଏମିତି ଗୋଟେ ବ୍ୟବସ୍ଥା ହେବ ସବୁ ପାଣି ଡାଇଭର୍ଟ ହେଇଯିବ । ଜଳବନ୍ଦୀ ସମସ୍ୟା ଦୂର କରିବାକୁ ଆମେ ସବୁ ଓଲଟ ପାଲଟ କରିଦେବୁ- ତେମେ ଖାଲି ଭୋଟ୍ ଖଣ୍ଡେ ଆମକୁ ଦେଇ ସରକାରକୁ ନେଇ ଆସ.. ହେଲେ ହାତୀ ପା.. ପା.. ଫୁସ୍

ୟା ଭିତରେ ଡ୍ରେନ ସମସ୍ୟା ଯୁଝୁଥିବା, ଜଳ ଯନ୍ତ୍ରଣା ପାଉଥିବା ଏବଂ ଟିକେ ବର୍ଷା ହେଲେ ରାଜଧାନୀ ରାସ୍ତା ମଝିରେ ପାଣିରେ ପହଁରୁଥିବା ଭୋନସରିଆ କିନ୍ତୁ ଗୋଟେ ସରକାର ବଦଳିବାର ଦେଖିସାରିଲେଣି । ଯେଉଁମାନେ ଗଳା ଫଟାଇ ଗାତ ଖାଲ ପୋତି ସବୁ ଠିକ୍ କରିଦେବାର ପୁଳାପୁଳା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲେ ସେମାନେ ବି ଏଯାଏଁ କିଛି କରି ପାରୁ ନାହାନ୍ତି । ତାଙ୍କ ପ୍ରତିଶ୍ରୁତିରେ ବି ଭୁଏଁନଶରର ପାଣି ପଶିଯାଇଛି..

bhub

ତେଣେ ମେୟରଙ୍କୁ ପଚାରିଲେ- ମାଡାମ ପାଣି କାଇଁ ଏତେ ଭୁବନେଶ୍ବରରେ ହେଉଛି ? ଟିକେ ବର୍ଷା ହେଲେ ଏମିତି ଆଉ କେତେ ଦିନ ଭୁଏଁନଶର ଭାସିବ ? ବୋଲି ପ୍ରଶ୍ନ କଲା ବେଳକୁ ମ୍ୟାଡମ କହୁଛନ୍ତି-

ହେରା ! ଦିଲ୍ଲୀ ପୁଣି ଭାସୁଛି କି ନାହିଁ, ତା ତୁଳନାରେ ଆମ ଭୁବନେଶ୍ବର କିଛି ନୁହଁ.. 

ନିଅ ଏଥର ସମ୍ଭାଳ, କାହାକୁ କହିବ କୁହ.. ଏଠି ସମସ୍ତଙ୍କର ତ ଉପରକୁ ମୁହଁ, ଏଠି ସବୁ ତ ସମାନ । ତୁ ତ ମୁ () ରୀ ମୁଁ ତ ମୁ () ରୀ.. ହେଁସ କାଇଁ ପାଇଁ ଧୋଇବା..

ହଉ ଛାଡ଼
କେତେ ଦିନ ଇମିତି ଚାଲୁଛି ଚାଲୁ..
କେତେ ଦିନ ଇମିତି ଭୁବନେଶ୍ବର ଭାସୁଛି ଭାସୁ..
କେତେ ଦିନ ଇମିତି ଲୋକେ ହଇରାଣ ହେଉଛନ୍ତି ହୁଅନ୍ତୁ..
ଆମର ତ ଖଣ୍ଡେ ଭୋଟ୍ ମିଳିଗଲେ ଗଲା ଆଉ..
ଚାଲୁ ଚାଲୁ.. ସଂସ୍ଥା ଚାଲୁ..
ରହିଲି ଆଜ୍ଞା ନମସ୍କାରେ..
(ଇତି)
ଜଣେ ଭୋନସରିଆ..

ବିଦ୍ର:- ଏହି କାହାଣୀ କାହାକୁ ଆକ୍ଷେକ କରିବାର ଉଦ୍ଦେଶ୍ୟରେ ଲେଖାଯାଇନି । ଯାହା ସତ, ଯାହା ଭୁବନେଶ୍ବରରେ ରହୁଥିବା ଲୋକେ ଭୋଗୁଛନ୍ତି ତାହା ହିଁ କୁହାଯାଇଛି । ଦିହକୁ ନେବେନି..

କାର୍ଟୁନ୍:- ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe