ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଆଜି

Advertisment
ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଆଜି

ଭୁବନେଶ୍ବର : ବିଶିଷ୍ଟ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ୮୩ତମ ଜନ୍ମବାର୍ଷିକୀ ଉପଲକ୍ଷେ 'ଉତ୍ସ ଫାଉଣ୍ଡେସନ୍’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ୧୬ ସେପ୍ଟେମ୍ବର, ସନ୍ଧ୍ୟା ୬.୩୦ରେ ଏକ ସ୍ମାରକୀ ବକ୍ତୃତାର ଆୟୋଜନ କରାଯାଇଛି। ଏହି ଉତ୍ସବରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ବିଶିଷ୍ଟ କଳା ଐତିହାସିକ ପ୍ରଦୋଷ ମିଶ୍ର ପୌରୋହିତ୍ୟ କରିବେ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ସ୍ମାରକୀ ବକ୍ତୃତା ଦେବେ। ବକ୍ତୃତାର ବିଷୟ ରହିଛି ’ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ’। ଏହି ଅବସରରେ ଶିଳ୍ପୀ ଓ ସାହିତ୍ୟିକ ଡକ୍ଟର ରମାକାନ୍ତ ସାମନ୍ତରାୟଙ୍କ ଦ୍ବାରା ଲିଖିତ ତଥା ଓଡ଼ିଶା ଲଳିତକଳା ଏକାଡେମୀ ଦ୍ବାରା ପ୍ରକାଶିତ ’ଚନ୍ଦ୍ରଶେଖର ରାଓ’ ମନୋଗ୍ରାଫ୍‌ ପୁସ୍ତକ ଉନ୍ମୋଚିତ ହେବ। ଏହି ଉତ୍ସବରେ ଯୋଗଦେବାପାଇଁ ‘ଉତ୍ସ ଫାଉଣ୍ଡେସନ’ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe