ବେଜିଂ: ଅରୁଣାଚଳ ପ୍ରଦେଶକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଗସ୍ତକୁ ବିରୋଧ କରିଛି ଚୀନ। ଏ ନେଇ ସୋମବାର ଚୀନ ପକ୍ଷରୁ କୁହାଯାଇଛି କି ସୀତାରମଣଙ୍କର ଏପରି ଗସ୍ତ ସୀମାର ଶାନ୍ତିପୂର୍ଣ୍ଣ ପରିସ୍ଥିତି ରକ୍ଷା ପାଇଁ ଅନୁକୂଳ ନୁହେଁ। ଏଠାରେ ଜଣାଇ ଦେଉଛୁ କି ସୀତାରମଣ ଗତକାଲି ଚୀନ ସୀମାନ୍ତରେ ଥିବା ଅରୁଣାଚଳ ପ୍ରଦେଶର ଅଞ୍ଜ୍ବ ଜିଲ୍ଳାକୁ ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚି ଭାରତ-ଚୀନ ସୀମା ସ୍ଥିତି ସମୀକ୍ଷା କରିଥିଲେ।
ଏ ସଂପର୍କରେ ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁଇଙ୍ଗ୍ ମଣମାଧ୍ୟମରେ ମତ ଦେଇଛନ୍ତି ଯେ ଜଣେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଅରୁଣାଚଳ ପ୍ରଦେଶକୁ ଗସ୍ତ କରିବା ପୂର୍ବରୁ ସୀତାରମଣ ପ୍ରଥମେ ଚୀନର ସ୍ଥିତି ବିଷୟରେ ଜାଣି ରଖନ୍ତୁ। ଏକ ପାକ୍ଷିକ ସ୍ଥିତି ସମୀକ୍ଷା ନ କରି ଉଭୟ ପକ୍ଷକୁ ସୁହାଇଲା ଭଳି ନିର୍ଣ୍ଣୟ ନିଅନ୍ତୁ। ତେବେ, ଚୀନ ଦାବି କରିଛି ଯେ ଅରୁଣାଚଳ ପ୍ରଦେଶ ହେଉଛି ଦକ୍ଷିଣ ତିବ୍ଦତର ଏକ ଅଂଶ।
ଉଲ୍ଲେଖଯୋଗ୍ୟ, ଗତ ମାସରେ ସୀତାରମଣ ଭାରତ-ଚୀନ ସୀମାନ୍ତ ସକିମର ନାଥୁ ଲା ଅଞ୍ଚଳ ଗସ୍ତ କରିଥିଲେ। ସୀମାରେ ପହଞ୍ଚିି ସେନା ଯବାନଙ୍କୁ ଅଭିବାଦନ ଜଣାଇଥିଲେ।
Follow Us