ବୀରଗୋବିନ୍ଦପୁରରେ ଗୋଷ୍ଠୀସଂଘର୍ଷ 

ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ଆନନ୍ଦପୁର: କେନ୍ଦୁଛର ଜିଲ୍ଲା ଘସିପୁରା ଥାନା ବୀରଗୋବିନ୍ଦପୁର ଗ୍ରାମରେ ରଜ ଅବସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଘସିପୁରା ଥାନା ପକ୍ଷରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ସୂଚନା‌ଯୋଗ୍ୟ, ପହିଲିରଜ ସନ୍ଧ୍ୟାରେ ବିଜେଡିର ୧୦ରୁ ଊର୍ଦ୍ଧ୍ବ ସମର୍ଥକ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ସେମାନେ ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ।

ଏନେଇ ଗ୍ରାମର ଲକ୍ଷ୍ମୀପ୍ରିୟା ମାଝୀ, ସଞ୍ଜୁ ଡ‌ାଙ୍ଗୁଆ ଘସିପୁରା ଥାନ‌ାରେ ଅଭିଯୋଗ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ବିଶ୍ବମ୍ବର ମାଝୀ, ବିମ୍ବାଧର ମାଝୀଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷରେ ବିଜେଡିର ଅଭିମନ୍ୟୁ ରଣା, ବଳରାମ ମାଝୀ ପାଲଟା ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ମାମଲା ରୁଜ କରାଯିବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe