ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ୍‌ କେୟାର୍ ସେଣ୍ଟର୍, ଟେମ୍ପରାରି ମେଡିକାଲ୍ ସେଣ୍ଟର୍‌ ଓ କୋଭିଡ୍‌ କେୟାର୍ ହୋମ୍

Advertisment
ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ୍‌ କେୟାର୍ ସେଣ୍ଟର୍, ଟେମ୍ପରାରି ମେଡିକାଲ୍ ସେଣ୍ଟର୍‌ ଓ କୋଭିଡ୍‌ କେୟାର୍ ହୋମ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ (ଟିଏମସି)‌ ଓ କୋଭିଡ୍‌ କେୟାର୍ ହୋମ୍‌/ ସେଣ୍ଟର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା କଥା ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ  ଏବଂ ସମସ୍ତ ମୁନିସ୍‌ପାଲ୍‌ କମିସନର୍‌ଙ୍କୁ ନିର୍ଦେଶ ଜାରି କରାଯାଇଛି।

ଏହାଛଡ଼ା ଯେଉଁ କୋଭିଡ୍‌ କେୟାର୍ ସେଣ୍ଟର୍‌ମାନଙ୍କରେ ରୋଗୀ ହେଉ ନାହାନ୍ତି ବା କମ୍ ରୋଗୀ ହେଉଛନ୍ତି ସେଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଏଥିରେ ନିର୍ଦେଶ ଦିଆଯାଇଛି। ଏଥିରେ ନିୟୋଜିତ କର୍ମଚାରୀମାନଙ୍କୁ ପୁନଶ୍ଚ ସେମାନଙ୍କ ମୂଳ ପଦବୀକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉ ବୋଲି କୁହାଯାଇଛି। କୋଭିଡ୍‌ କେୟାର୍ ହୋମ୍‌ରେ ନି‌ୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲାମାନଙ୍କରେ ପୁନଃନିୟୋଜନ କରାଯାଉ। ସେଠାରେ ସେମାନଙ୍କ ସେବାର ଉପଯୁକ୍ତ ବ୍ୟବହାର ହୋଇପାରିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ପତ୍ରରେ ଉଲ୍ଲେଖ ରହିଛି।

ଏହି କାର୍ଯ୍ୟରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ସହ ନିର୍ଦ୍ଧାରିତ ଫର୍ମାଟ୍‌ରେ ଦୈନିକ ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କୁ ପଦକ୍ଷେପ ବିଷୟରେ ଅବଗତ କରାଇବାକୁ କୁହାଯାଇଛି । ଯଦି ଜରୁରୀଭିତ୍ତିରେ ଏଭଳି ସେଣ୍ଟର୍‌ ଆବଶ୍ୟକ ପଡ଼େ, ତେବେ ସ୍ବଳ୍ପକାଳୀନ ନୋଟିସ୍‌ରେ ତାହା ପୁଣି ନିର୍ମାଣ କରିଦିଆଯିବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe