ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାଯାଇଛି। ସେ ଆସନ୍ତାକାଲି ତିର୍ତ୍ତୋଲ ଆସନ ପାଇଁ ଡିଜିଟାଲ୍ ପ୍ରଚାର କରିବେ। ସେହିପରି ୨୯ ତାରିଖରେ ବାଲେଶ୍ୱର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ମୁଖ୍ୟ ପ୍ରଚାର କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଜୋରଦାର ପ୍ରଚାର କରାଯାଉଛି । ମତଦାନ ପାଇଁ ହାତ ଗଣତି ଦିନ ରହିଥିବା ବେଳେ ଉପନିର୍ବାଚନ ପ୍ରଚାର ମୈଦାନକୁ ବିଜେଡି ସୁପ୍ରିମୋ ଓହ୍ଲାଇବା ବେଶ ଗୁରୁତ୍ୱ ରଖୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe