କର୍ଣ୍ଣେଲ ବାଲୁ ଭାରତ ଭୁବନେଶ୍ୱର ସୈନିକ ସ୍କୁଲ ଅଧ୍ୟକ୍ଷ

Advertisment
କର୍ଣ୍ଣେଲ ବାଲୁ ଭାରତ ଭୁବନେଶ୍ୱର ସୈନିକ ସ୍କୁଲ ଅଧ୍ୟକ୍ଷ

ଭୁବନେଶ୍ବର: ଭୁବନେଶ୍ବର ସୈନିକ ସ୍କୁଲର ୧୮ତମ ଅଧ୍ୟକ୍ଷ ଭାବେ କର୍ଣ୍ଣେଲ ବାଲୁ ଭାରତ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ସହ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍‍ ଭାଷା ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଉପାଧି ଏବଂ ଭୋପାଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରଶିକ୍ଷଣ ଲାଭ କରିଛନ୍ତି। ୧୮ ବର୍ଷର କାର୍ଯ୍ୟକାଳ ଭିତରେ ଇଣ୍ଡିଆନ ମିଲିଟାରି ଏକାଡେମି, ପଚମାରିସ୍ଥିତ ଏଇସି ଟ୍ରେନିଙ୍ଗ କଲେଜ ଓ ଅନ୍ୟ କେତେକ ପ୍ରତିରକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଅପରପକ୍ଷରେ ସୈନିକ ସ୍କୁଲରେ ନୂତନ କରି ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀଙ୍କୁ ସ୍ୱାଗତ କରାଯାଇ ଏହି ଅନୁଷ୍ଠାନରେ ତାଙ୍କର ସଫଳ କାମନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe