କମିସନରେଟ୍‌ ଜୋନ୍‌-୫: ପ୍ରତି ଥାନାରେ ଜଣେ ଏସିପି

Advertisment
କମିସନରେଟ୍‌ ଜୋନ୍‌-୫: ପ୍ରତି ଥାନାରେ ଜଣେ ଏସିପି

Commissionerate Police

ଭୁବନେଶ୍ବର : ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସରେ ଗୋଟିଏ ଥାନାକୁ ଜଣେ ଏସିପି। ଜୋନ୍‌-୫କୁ ନେଇ ଏମିତି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାକାର ପ୍ରତି ଥାନାରେ ଜଣେ ଜଣେ ଏସିପିଙ୍କୁ ଅସ୍ଥାୟୀ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଜୋନ୍‌ ଦାୟିତ୍ବରେ ଥିବା ଏସିପି ସଞ୍ଜୀବ ଶତପଥୀଙ୍କର ଏଡିସିପି ପାହ୍ୟାକୁ ପଦୋନ୍ନତି ପରେ ତାଙ୍କୁ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଥିବା ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌କୁ ବଦଳି କରାଯାଇଛି। ତାଙ୍କ ବଦଳି ପରେ ଜୋନ୍‌ରେ ଅନ୍ୟ କୌସଣି ଅଧିକାରୀଙ୍କୁ ନିଯୁକ୍ତ ଦିଆଯାଇ ନଥିବାବେଳେ ଜୋନ୍‌ ଅଧୀନରେ ଥିବା ପ୍ରତ୍ୟେକ ଥାନାକୁ ଜଣେ ଜଣେ ଏସିପିଙ୍କୁ ଅତିରିକ୍ତ ଦାୟିତ୍ବ ରେ ରଖା ଯାଇଛି। ସ୍ପେଶାଲସ୍କ୍ବାର୍ଡ ଏସିପି ହିମାଂଶୁ ସ୍ବାଇଁଙ୍କୁ ସହିଦନଗର ଥାନା ଦାୟିତ୍ବ ଦିଆଯାଇଥିବା ବେଳେ ଜୋନ୍‌-୩ ଏସିପି ପ୍ରଦୀପ ରାଉତଙ୍କୁ ନୂଆପଲ୍ଲୀ, ଏସିପି କୃଷ୍ଣଚନ୍ଦ୍ର ପଲ୍ଲେଇଙ୍କୁ ମଞ୍ଚେଶ୍ବର ଏବଂ ରମେଶ ଚନ୍ଦ୍ର ବିଶୋଇଙ୍କୁ ମୈତ୍ରୀ ବିହାର ଥାନା ଦାୟିତ୍ବ ଦିଆଯାଇଛି। ତେବେ ଏଭଳି ସ୍ଥିତି କାହିଁକି ହୋଇଛି? ତାକୁ ନେଇ କୌତୂ୍ହଳ ସୃଷ୍ଟି ହୋଇଛି।

ଜୋନ୍‌ ପାଇଁ ଫିଟ୍‌ ଏସିପି ମିଳୁ ନାହାନ୍ତି ନା ଥାନା ଦାୟିତ୍ବରେ ଥିବା ଅଧିକାରୀ ଥାନା ସମ୍ଭାଳିପାରୁ ନାହାନ୍ତି!
ଉଲ୍ଲେଖନୀୟ ଯେ ଜୋନ୍‌-୫ ଅଧୀନରେ ସହିଦନଗର, ମଞ୍ଚେଶ୍ବର, ନୂଆପଲ୍ଲୀ ଓ ମୈତ୍ରୀବିହାର ଭଳି ଗୁରୁତ୍ବପୂର୍ଣ୍ଣ ଥାନା ରହିଛି। ଜୋନ୍‌ ଅଧୀନରେ ବାଣୀବିହାର ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନ ରହିଛି। ବିଶେଷକରି ବାଣୀବିହାରରେ ଅନେକ ସମୟରେ ଛାତ୍ର ଅଶାନ୍ତିକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥାଏ। ସେହିପରି ଏହି ଅଞ୍ଚଳରେ ଅନେକ ବସ୍ତି ରହିଛି, ଯେଉଁଠି ନିଶା କାରବାର ଠାରୁ ଆରମ୍ଭ କରି ବହୁ ଅପରାଧ ଘଟିଥାଏ। ବିଶେଷ କରି ସାଲିଆସାହି ବସ୍ତି ପୁଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେସବୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼େ। ନିକଟରେ ଜଣେ କର୍ପୋରେଟ୍‌ଙ୍କୁ ଆକ୍ରମଣ ଓ ତାଙ୍କ ଗୋଷ୍ଠୀର ପାଲଟା ଆକ୍ରମଣକୁ ନେଇ ପୁଲିସର ନିଦ ହଜିଯାଇଥିଲା। ତେଣୁ ଏହି ଜୋନ୍‌ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ବିବେଚନା କରାଯାଇଥାଏ। ଜଣେ ଟାଣୁଆ ଓ ଦକ୍ଷ ଅଧିକାରୀ ନହେଲେ ଏହି ଜୋନ୍‌ ସମ୍ଭାଳିବା ସହଜ ନୁହେଁ।‌ ତେଣୁ ଏହି ଜୋନ୍‌ ପାଇଁ ଦକ୍ଷ ଅଧିକାରୀ ଖୋଜା ଚାଲିଛି। ବାହାରୁ ଆସି କମିସନରେଟ୍‌ ପୁଲିସରେ ଥଇଥାନ ହୋଇଥିବା କିଛି ଅଧିକାରୀ ମଧ୍ୟ ନିଜ ନିଜ ପାଇଁ ଲବି କରିବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe