ପିଠା ଯୋଜନାରେ ଦଳିତଙ୍କ ପାଇଁ କିଛି ନାହିଁ: କଂଗ୍ରେସ

Advertisment
ରାଜ୍ୟର ୨୦ ବିଧାନସଭା ଆସନ ଲାଗି  ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ପିଠା ନାଁରେ ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ବାସ୍ତବରେ ପିଠା ନୁହେଁ, ପିଟା। କିନ୍ତୁ ଗାଁ ଲୋକଙ୍କୁ ମିଛିମିଛିକା ଖୁସି କରିବା ପାଇଁ ପିଠା ନାମ ‌ଦେଇଛନ୍ତି। ତେବେ ଏହି ଯୋଜନାରେ ଦଳିତ ବା ତଫସିଲଭୁକ୍ତଙ୍କ ପାଇଁ ନିର୍ଦିଷ୍ଟ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଥିଲେ ଯେ ପିଠା ଯୋଜନାରେ ରାଜ୍ୟର ୧୫ ପ୍ରତିଶତ ଦଳିତଙ୍କ ପ୍ରତି ରାଜ୍ୟ ସରକାର ଚରମ ଅନ୍ୟାୟ କରିଛନ୍ତି। ସରକାରୀ ବିଜ୍ଞପ୍ତିରେ ୧୦ଟି ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନତା କାର୍ଯ୍ୟକ୍ରମ ରହିଛି। କିନ୍ତୁ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ କୌଣସି ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟଜନକ। ଏହା ସରକାରଙ୍କ ଦଳିତ ବିରୋଧୀ ମନୋଭାବକୁ ପଦାରେ ପକାଇଥିବା ସେ କହିଥିଲେ। ତୁରନ୍ତ ଦଳିତ ବିରୋଧୀ ପିଠାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ଏହି ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମାଂଶୁ ଲେଙ୍କା, ରଜନୀକାନ୍ତ ମହାନ୍ତି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe