୮ଟି ବନ୍ଧୁକ ଧରି ଫେରାର ହୋଇଥିବା ଜମ୍ମୁକଶ୍ମୀର ପୁଲିସ୍‌ କର୍ମଚାରୀ ଆତଙ୍କବାଦୀ ସଂଗଠନରେ ସାମିଲ୍‌; ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ

Advertisment
୮ଟି ବନ୍ଧୁକ ଧରି ଫେରାର ହୋଇଥିବା ଜମ୍ମୁକଶ୍ମୀର ପୁଲିସ୍‌ କର୍ମଚାରୀ ଆତଙ୍କବାଦୀ ସଂଗଠନରେ ସାମିଲ୍‌; ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ

ଶ୍ରୀନଗର: କିଛି ମାସ ତଳେ ଶ୍ରୀନଗରରେ ଜଣେ ପିଡିପି ବିଧାୟକଙ୍କ ଘରୁ ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇ ଯାଇଥିବା ଜମ୍ମୁ କଶ୍ମୀର ପୁଲିସର ଜନୈକ ଏସ୍‌ପିଓ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନରେ ଯୋଗ ଦେଇଥିବା ଜଣାପଡ଼ିଛି। ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିିବା ଏକ ଫଟୋରୁ ଏହାର ସୂଚନା ମିଳିଛି। ଏହି ଫଟୋରେ ଫେରାର୍‌ ଏସପିଓ ଆଦିଲ୍‌ ବସିର୍‌ ଦୁଇ ହାତରେ ଦୁଇଟି ବନ୍ଧୁକ ଧରି କେତେକ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ସହ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ଏସପିଓ ପିଡିପି ବିଧାୟକ ଏଜାଜ ଅହମଦ୍‌ ମିର୍‌ଙ୍କ ସରକାରୀ ବାସଭବନରେ ପହଞ୍ଚି ସଂଧ୍ୟାରେ ବିଧାୟକ ଆସୁଥିବାରୁ ଘର ସଫା କରିବାକୁ ସେ ଆସିଛନ୍ତି ବୋଲି ଉପସ୍ଥିତ କର୍ମଚାରୀଙ୍କୁ ଜଣାଇଥିିଲେ। ଏହି କଥାକୁ ନେଇି କେହି ସନ୍ଦେହ ପ୍ରକାଶ କରି ନଥିଲେ। ସେଦିନ ସଂଧ୍ୟାରେ ବିଧାୟକ ଘରେ ପହଞ୍ଚିବା ପରେ ଜାଣାପଡ଼ିଥିଲା କି ବସିର ସେଠାରେ ଥିବା ୭ଟି ଏକେ-୪୭ ରାଇଫଲ୍‌ ଓ ବିଧାୟକଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ୍‌ ଧରି ପଳାଇଛନ୍ତି। ଯଦିଓ ଏହାପରେ ପୁଲିସ ପକ୍ଷରୁ ତାଙ୍କର ଖୋଜଖବର ନିଆଯାଇଥିଲା, କିନ୍ତୁ ସେ ମିଳି ନଥିଲେ। ସୋସିଆଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରୁ ଫେରାର ଏସ୍‌ପିଓ ହିଜବୁଲ୍‌ ମୁଜାହିଦ୍ଦିନରେ ସାମିଲ୍‌ ହୋଇଥିବା ଜଣାପଡ଼ିଛି।

ଗତ କିଛି ବର୍ଷ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି। ଏସ୍‌ପିଓମାନେ ଅସ୍ତ୍ରଶସ୍ତ୍ର ସହ ପଳାୟନ କରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଛନ୍ତି। ଏହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe