Bebak Post English
ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସାରା ବିଶ୍ବରେ ଭୟର ଆତଙ୍କ ଖେଳାଇ ଥିବା ବେଳେ ବିଭିନ୍ନ ଦେଶରୁ ଏବେ ଏ ନେଇ ଚିନ୍ତା ପ୍ରକଟ କରାଯାଇଛି। ପୂର୍ବରୁ ଆମେରିକା ଓ ଭାରତ ପରି ଦେଶଗୁଡ଼ିକ ଚୀନକୁ ସହାୟତାର ହାତ ବଢ଼ାଇ ସାରିଛନ୍ତି। ନିକଟରେ ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି କହିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ଭାରତ ଚୀନକୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବ। ସେ ରବିବାର ଏକ ଟ୍ବିଟ୍ କରି ଏ ନେଇ ସୂଚନା ଦେଇଛନ୍ତି।
ଚୀନରେ ଥିବା ଭାରତୀୟ ଦୂତବାସର ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟ୍ରେ ଏକ ଭିଡିଓ ଜାରି କରି କୁହାଯାଇଛି ଯେ, ‘କରୋନା ଭାଇରସ୍ ପରି ମହାମାରୀର ମୁକାବିଲା କରିବା ପାଇଁ ଆମେ ଆମର ସହାୟତା ଚୀନକୁ ଦେଉଛୁ। ଭାରତ ଖୁବ୍ ଶୀଘ୍ର ଚୀନକୁୁ କରୋନା ସହ ମୁକାବିଲା କରିବାକୁ ଆବଶ୍ୟକୀୟ ଚିକିତ୍ସା ଉପକରଣ ପ୍ରଦାନ କରିବ। ଭାରତ ଚୀନ ସହ ନିଜର ବନ୍ଧୁତ୍ବକୁ ମଜ୍ବୁତ କରିବାକୁ ଓ ସଦ୍ଭାବନା ପ୍ରଦର୍ଶନ କରି ଏପରି ସହାୟତା କରିବ।’
The Financial Expressସେ ଆହୁରି ବି କହିଛନ୍ତି ଯେ ଚୀନର ଖରାପ ବେଳାକୁ ସୁଧାରିବା ପାଇଁ ଭାରତ ସମସ୍ତ ପ୍ରକାରର ସୟାୟତା କରିବାକୁ ପ୍ରସ୍ତୁତ ଅଛି। କେବଳ ମିଶ୍ରି ନୁହଁନ୍ତି, ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ମିଶ୍ରିଙ୍କ ଟ୍ବିଟ୍ରେ ରି-ଟ୍ବିଟ୍ କରାଯାଇ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମହାମାରୀ ଭାଇରସ୍ ଏବେ ସୁଦ୍ଧା ୧୫ ଶହ ଲୋକଙ୍କ ଜୀବନ ନେଇ ସାରିଲାଣି।ଚୀନ୍ରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିଛି।
Follow Us