୨୪ ଘଣ୍ଟା ମଧ୍ୟରେ ୪୫,୯୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୮,୪୦୫ଜଣ ସୁସ୍ଥ

Advertisment
୨୪ ଘଣ୍ଟା ମଧ୍ୟରେ ୪୫,୯୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୮,୪୦୫ଜଣ ସୁସ୍ଥ

ନୂଆଦିଲ୍ଳୀ:  ଆଜି ପୁଣି ୫୦,୦୦୦ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୯୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୫୩ହଜାର ୬୫୭ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ୫୦୦ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୪୯୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ହଜାର ୬୧୧ରେ ପହଞ୍ଚିଛି।

publive-image The Federal News

ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୯ଲକ୍ଷ ୧୭ହଜାର ୩୭୩ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୪୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫୦୯୬୭୩ଜଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ୯୨.୪୯ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୧.୪୮ପ୍ରତିଶତ ରହିଛି।

Staying Safe from Coronavirus with Diabetes Healthline

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୯୪ ହଜାର ୪୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୭୭,୩୬, ୭୯୧ନମୁନା ପରୀକ୍ଷା ହୋଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe