ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା

Advertisment
ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା

ନୂଆଦିଲ୍ଲୀ: ଗତକାଲି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ’ ରାଜ୍ୟମାନଙ୍କ ପାଇଁ କରୋନା ଟିକା ‘କୋଭିସିଲ୍‌ଡ’ର ମୂଲ୍ୟ ହ୍ରାସ କରିଥିଲା। ପୂର୍ବରୁ ଏହାର ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ହ୍ରାସ କରି ରାଜ୍ୟମାନଙ୍କ ପାଇଁ ୩୦୦ ଟଙ୍କା କରିଥିଲା ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ । ସିରମ ପରେ ଏବେ ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନ ଟିକାର ଦାମ କମ କରିଛି। ପୂର୍ବରୁ ଏହାର ଦାମ ୬୦୦ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ହ୍ରାସ କରାଯାଇ ୪୦୦ଟଙ୍କା କରାଯାଇଛି। ରାଜ୍ୟମାନେ ଏବେ ୪୦୦ଟଙ୍କାରେ କୋଭାକ୍ସିନ ଟିକାର ଗୋଟେ ଡୋଜ କିଣିପାରିବେ। ଏନେଇ ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି।

Image twitter

ଗତକାଲି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ଟୁଇଟ କରି କହିଥିଲେ ଯେ, ସେରମ୍ ଇନଷ୍ଟିଚ୍ୟୁଟ ଇଣ୍ଡିଆ ତରଫରୁ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡର ମୂଲ୍ୟକୁ ୪୦୦ଟଙ୍କାରୁ ୩୦୦ଟଙ୍କାକୁ ହ୍ରାସ କରାଯାଇଛି, ଖୁବଶୀଘ୍ର ଏହା ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ପାଣ୍ଠିର ହଜାର ହଜାର କୋଟି ସଞ୍ଚୟ ହେବ। ଏହା ଟିକାକରଣକୁ ସକ୍ଷମ କରିବ ଏବଂ ଅଗଣିତ ଜୀବନ ରକ୍ଷା କରିବ ବୋଲି ଲେଖିଥିଲେ ଅଦର ପୁନାୱାଲା।

ପୂର୍ବରୁ ଦାମକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଏହାକୁ କମ କରିବା ପାଇଁ ମଧ୍ୟ ଦୁଇଟି ଟିକା ନିର୍ମାତାଙ୍କୁ କୁହାଯାଇଥିଲା। ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ ଦାମ କମ କରିଥିବା ବେଳେ ଆଜି ଭାରତ ବାୟୋଟେକ ଟିକାର ଦାମ କମ କରିଛି। ଏହି ନିଷ୍ପତ୍ତି ରାଜ୍ୟକୁ ଟିକା କ୍ରୟ କରିବାରେ ସାହାଯ୍ୟ କରିବା ସହ ଅଗଣିତ ଜୀବନ ରକ୍ଷା କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe