ନୂଆଦିଲ୍ଲୀ: ୨୦୨୧ ମସିହା ଅଗଷ୍ଟ ମାସ ଭିତରେ ୩୦କୋଟି ଲୋକଙ୍କୁ କରୋନା ଟିକା ଦେବାର ଯୋଜନା ରହିଛି। ଆଜି ଦିଲ୍ଲୀ ରେଳ ଷ୍ଟେସନରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। କେନ୍ଦ୍ର ୨୦୨୧ମସିହା ଅଗଷ୍ଟ ମାସ ସୁଦ୍ଧା ୨୫-୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା କରିବା ସହ ସେହି ଅନୁସାରେ ପ୍ରସ୍ତୁତି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏହା ସହ କରୋନା ଭଳି ଭୂତାଣୁକୁ ହରାଇବା ପାଇଁ ପ୍ରୋଟୋକଲ ମାନି ଚଳିବା ନିତାନ୍ତ ଜରୁରୀ ବୋଲି କହି ସେ ଲୋକଙ୍କୁ ପୁଣି ଥରେ ସଚେତନ କରାଇଛନ୍ତି।
ndtvଦିଲ୍ଲୀ ରେଳ ଷ୍ଟେସନରେ ମାସ୍କ ଓ ସାବୁନ ବାଣ୍ଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, "ଆସନ୍ତା ବର୍ଷର ପ୍ରଥମ ୩-୪ ମାସରେ, ଆମେ ଦେଶର ଲୋକଙ୍କୁ ଟିକା ପ୍ରଦାନ କରିବାରେ ସକ୍ଷମ ହେବାର ସମ୍ଭାବନା ରହିଛି। ଜୁଲାଇ-ଅଗଷ୍ଟ ସୁଦ୍ଧା ପ୍ରାୟ ୨୫-୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ କରିବାର ଯୋଜନା ଅଛି ଏବଂ ଆମେ ସେହି ଅନୁଯାୟୀ ପ୍ରସ୍ତୁତ ହେଉଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅନୁସରଣ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
Follow Us