ଆମ୍ବୁଲାନ୍ସରେ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଲେ କରୋନା ଆକ୍ରାନ୍ତ

ଆମ୍ବୁଲାନ୍ସରେ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଲେ କରୋନା ଆକ୍ରାନ୍ତ

newindianexpress

କୋଚି: କରୋନା ଭୂତାଣୁ ଭଳି ମହାମାରୀ ପ୍ରାୟ ବର୍ଷେ ହେଲାଣି ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରି ରଖିଛି। ହେଲେ କରୋନା ମାଡ଼ରେ ମଧ୍ୟ ଲୋକେ ହାରି ଯାଇନାହାନ୍ତି, ଯାହାର ଉଦାହରଣ ପାଲଟିଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନା ଆକ୍ରାନ୍ତ ହୋଇ ମଧ୍ୟ ସେ ନିଜ ଲକ୍ଷ୍ୟ ହାସଲ କରିବାରୁ ପଛକୁ ହଟିନାହାନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବା ସମ୍ଭବ ନଥିବାରୁ ଆମ୍ବୁଲାନ୍ସରୁ ପିପିଇ କିଟ୍ ପିନ୍ଧି ଷ୍ଟାଫ ନର୍ସ ପରୀକ୍ଷା ଦେଇଛନ୍ତି କରୋନା ଆକ୍ରାନ୍ତ।

Coronavirus Outbreak Highlights: 45-yr-old woman becomes first COVID-19  patient in Tripura; ICMR says over one lakh samples tested - Health News ,  Firstpost Firstpost

କରୋନା ଆକ୍ରାନ୍ତ ହୋଇ ମଧ୍ୟ ହାର ମାନିନାହାନ୍ତି ଚେରୁଭଟ୍ଟୁରର ଶାଲିନୀ ପି.ଏସ। ଶାଲିନୀଙ୍କ କହିବା ମୁତାବକ, ଆଗକୁ ପରୀକ୍ଷା ଥିବାରୁ ମୋର ପ୍ରସ୍ତୁତି ସରିଥିଲା। ହେଲେ ପରୀକ୍ଷାର କିଛି ଦିନ ପୂର୍ବରୁ ମୁଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ରିପୋର୍ଟ ଆସିବା ପରେ ପରୀକ୍ଷା କିଭଳି ଦେବି, ସେ ଚିନ୍ତା ମୋ ମୁଣ୍ଡରେ ପଶିଥିଲା। ପରୀକ୍ଷା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ମଧ୍ୟ ସେଠାରୁ ମୋତେ କିଛି ସାହାଯ୍ୟ ମିଳିନଥିଲା। ‌କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ପାଇଁ ଅନୁମତି ଦେବାକୁ କେହି ଚାହିଁନଥିଲେ। ହେଲେ ମୁଁ ଅନୁମତି ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲି। ସିପିଏମ୍ ତ୍ରିପୁନିଥୁରା ପଶ୍ଚିମ ସ୍ଥାନୀୟ ସଚିବ ରାକେଶ ରାୟ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିନୀତାଙ୍କ ଉଦ୍ୟମ ଯୋଗୁଁ ଏହା ମୋ ପାଇଁ ସମ୍ଭବ ହୋଇପାରିଥିଲା। ଏହା ପରେ ମୋତେ ପରୀକ୍ଷା କେନ୍ଦ୍ର ବାହାରେ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା। ଆମ୍ବୁଲାନ୍ସ ମୋ ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe