ପାରଳାଖେମୁଣ୍ତି: ରାଜ୍ୟ ସରକାର ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ କେବଳ ବିଫଳ ହୋଇନାହାନ୍ତି, ଏହି ସମସ୍ତ ଉନ୍ନୟନ ମୂଳକ ଯୋଜନା ବିଜେଡି ନେତା ଓ କର୍ମୀ ହାତେଇଛନ୍ତି। ଏପରି ଏକ ସଙ୍ଗୀନ ଅଭିଯୋଗ ଆଜି ପାରଳାଖେମୁଣ୍ତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଣିଛନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସ˚ପାଦକ ତଥା ଓଡିଶାର ପ୍ରଭାରୀ ଡିି.ପୁରନ୍ଦେଶ୍ବରୀ। ସ୍ଥାନୀୟ ସର୍କିଟ୍ ହାଉସଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ବେଳେ ଉପସ୍ଥିତ ଥିଲେ ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପାରଳା ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ.ନାରାୟଣ ରାଓ, ଜିଲ୍ଲା ପ୍ରଭାରୀ ସୋରଜ ସାବତ , ରାଜ୍ୟ ମହିଳା ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସି˚ହାର, ପୂର୍ବତନ ଜିଲ୍ଲା ସଭାପତି ଗୋପାଳ ରାଓ ।
ନିଜ ଉଦ୍ବୋଧନରେ ରାଜ୍ୟ ପ୍ରଭାରୀ ଡିି.ପୁରନ୍ଦେଶ୍ବରୀ କହିଥିଲେ କି ରାଜ୍ୟ ସ˚ଗଠନର ଦାୟିତ୍ବ ନେବାପରେ ସେ ପ୍ରଥମ ଥର କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କର ମାଟିରେ ପାଦ ଦେଇଛନ୍ତି। ତାଙ୍କ ପିତା ସ୍ବର୍ଗତ ଏନ.ଟି ରାମା ରାଓଙ୍କର ଦକ୍ଷିଣ ଓଡିଶା ସହ ଘନିଷ୍ଟ ରାଜନୈତିକ ସ˚ପର୍କ ରହିଥିଲା। ଏଠାକୁ ଆସିବା ପରେ ଏବ˚ ପଞ୍ଚାୟତ ସ୍ଥରର ବିଜେପି ନେତାମାନଙ୍କ ସହ ସେ ଅନେକ କଥା ଆଲୋଚନା କରିଥିଲେ। ଗୋଟିଏ କଥା ସ୍ପଷ୍ଟ କି ୫ଥର ଶାସନରେ ବିଜେଡି ରହିବା ସତ୍ତ୍ବେ ଦୁର୍ନୀତିଗ୍ରସ୍ତ ନେତା ଏବ˚ ଅଧିକାରୀ ମାନଙ୍କ ସହ ଦଳର ଅଧିକ ସ˚ପର୍କ ରହୁଛି। ତିତିଲି ବାତ୍ୟାର ୨ବର୍ଷ ପରେ ମଧ୍ୟ ଘର ଓ ସ˚ପତ୍ତି ହରାଇଥିବା ଲୋକେ ସରକାରୀ ସାହାର୍ଯ୍ୟ ଗଜପତିରେ ପାଇନାହାନ୍ତି। ବାତ୍ୟା ସହାୟତା ନାମରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣ ହୋଇଛି । ଲୋକେ ନବୀନ ପଟ୍ଟନାୟକ ଏବ˚ ତାଙ୍କ ବିଧାୟକମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥିଲେ। ନିର୍ବାଚନ ପରେ ଶାସନ କରୁଛନ୍ତି ସରକାରୀ ବାବୁମାନେ । ଦୈନିକ ଖବର କାଗଜରେ ଖବର ପ୍ରକାଶ ପାଉଛି ପ୍ରତିଦିନ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରା ପଡୁଛନ୍ତି ଏବ˚ ୨୫ବର୍ଷ କାଳର କୁଶାସନର ଏହା ପ୍ରତିଫଳ ବୋଲି କହିଥିଲେ ଡି.ପୁରନ୍ଦେଶ୍ବରୀ ।
ମୋଦି ସରକାର ସବ୍କାସାଥ ସବ୍କାବିକାଶ ସ୍ଲୋଗାନରେ ବିଶ୍ବାସ ରଖନ୍ତି ଏବ˚ ବିଜେପି ଶାସିତ ସମସ୍ତ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଛି। ଅନ୍ୟ ପକ୍ଷରେ ବିଜେଡି ସରକାର ଅଧିନରେ ମହିଳା ଏବ˚ ଶିଶୁ ସୁରକ୍ଷିତ ନାହାନ୍ତି। ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟରେ ଭୁଶୁଡି ପଡିଛି। ବିଜେଡିର ମନ୍ତ୍ରୀମାନେ ହି˚ସାରେ ବିଶ୍ବାସ ରଖନ୍ତି ଏବ˚ ରାଜ୍ୟରେ ବିଜେପି କର୍ମୀ ଓ ନେତାମାନଙ୍କୁ ମାରି ଦିଆଯାଉଛି ବୋଲି କହିଥିଲେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦୋଶ୍ବରୀ। ବିଜେପି ସରକାର ଶାସନକୁ ଆସିଲେ ଜିଲ୍ଲାରେ ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନ, ସ˚ସ୍କୃତିର ବିକାଶ ହେବ ଏବ˚ ଜନସାଧାରଣ ଆମଦଳ ଉପରେ ଭରସା ରଖନ୍ତୁ ବୋଲି ଶେଷରେ ନିବେଦନ କରିଥିଲେ ଡି.ପୁରନ୍ଦୋଶ୍ବରୀ।
Follow Us