ଶ୍ରମିକଙ୍କୁ ଖୁସି କଲେ ସରକାର, ଦୈନିକ ମଜୁରି ବଢ଼ିଲା

Advertisment

ଅଣକୁଶଳୀ ଶ୍ରମିକଙ୍କୁ ୨୮୦, ଅର୍ଧ କୁଶଳୀ ପାଇବେ ୩୨୦ଟଙ୍କା, କୁଶଳୀଙ୍କ ଦୈନିକ ମଜୁରି ୩୭୦ ଓ ଉଚ୍ଚ କୁଶଳୀ ୪୩୦ ଟଙ୍କା ପାଇବେ

ଅଣକୁଶଳୀ ଶ୍ରମିକଙ୍କୁ ୨୮୦, ଅର୍ଧ କୁଶଳୀ ପାଇବେ ୩୨୦ଟଙ୍କା, କୁଶଳୀଙ୍କ ଦୈନିକ ମଜୁରି ୩୭୦ ଓ ଉଚ୍ଚ କୁଶଳୀ ୪୩୦ ଟଙ୍କା ପାଇବେ

ଶ୍ରମିକଙ୍କୁ ଖୁସି କଲେ ସରକାର, ଦୈନିକ ମଜୁରି ବଢ଼ିଲା

ଭୁବ‌େନଶ୍ବର: ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଆଜି େସମାନଙ୍କ ଦୈନିକ ମଜୁରି ବଢାଇଛନ୍ତି। ଏ ସଂପର୍କରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଥିରେ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରିେର ୪୦% ବୃଦ୍ଧି ଘଟିଛି। ପୂର୍ବରୁ େସମାେନ ୨୦୦ଟଙ୍କା ପାଉଥିଲେ। ସରକାର ଆଜି ଏହାକୁ ୨୮୦ ଟଙ୍କାକୁ ବଢାଇଛନ୍ତି। େସହିଭଳି ଅର୍ଧକୁଶଳୀ ଶ୍ରମିକଙ୍କ ମଜୁରି ୨୨୦ରୁ ୩୨୦ (୪୫%) ଟଙ୍କା ଓ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୪୦ ଟଙ୍କାରୁ ୩୭୦ (୫୪%) ଟଙ୍କାକୁ ବୃଦ୍ଧି କରାଯାଇଛି। ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ମଜୁରି ସର୍ବାଧିକ ୬୫% ଅର୍ଥାତ୍ ୨୬୦ରୁ ୪୩୦ଟଙ୍କାକୁ ବୃଦ୍ଧି କରାଯାଇଛି। େକବଳ େସତିକି ନୁେହଁ, ଶ୍ରମିକମାନଙ୍କର ସୁବିଧା ପାଇଁ ପ୍ରତି ୬ମାସରେ ଥରେ ଚଳନଶୀଳ ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ଏଥିସହିତ ସରକାର ଆଜି େଘାଷଣା କରିଛନ୍ତି େଯ ୧୫ଟି ନିୟୋଜନରେ ଠିକା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ମଜୁରି ବୃଦ୍ଧି କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ମଜୁରି ନିର୍ଧାରଣ ଉପଦେଷ୍ଟା ପରିଷଦ ପରାମର୍ଶ ଅନୁସାରେ, ରାଜ୍ୟ ସରକାର ପ୍ରାରମ୍ଭିକ ବିଜ୍ଞପ୍ତି ପ୍ରକାଶ କରିଥିେଲ। ଏହାର ଦୁଇମାସ ମଧ୍ୟରେ ସର୍ବସାଧାରଣରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏବଂ େଶଷରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦରବୃଦ୍ଧି , ଖାଉଟି ମୂଲ୍ୟସୂଚୀ ବଜାର ଦର ଏବଂ ପଡ଼ୋଶୀ ରାଜ୍ୟମାନଙ୍କର ସର୍ବନିମ୍ନ ମଜରୁୀକୁ ଦୃଷ୍ଟିରେ ରଖି ସରକାର ତିନିବର୍ଷ ପରେ ସର୍ବନିମ୍ନ ମଜୁରି ସଂେଶାଧନ କରିଥିବା କହିଛନ୍ତି। ଶ୍ରମ ବିଭାଗ କହିଛି, ନୂତନ ସର୍ବନିମ୍ନ ମଜୁରି ଦର ପଡୋଶୀ ରାଜ୍ୟମାନଙ୍କ ଦ୍ବାରା ନିର୍ଧାରିତ େହାଇଥିବା ସର୍ବନିମ୍ନ ମଜୁରି ଦର ସହିତ ତୁଳନୀୟ। ଉଚ୍ଚହାର ମଜୁରିକୁ ଆଶା କରି େଯଉଁମାେନ ପଡୋଶୀ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି, େସମାନଙ୍କୁ ଏଥିରୁ ନିବୃତ୍ତ କରିବା ଲାଗି ନୂଆ ମଜୁରି ହାର ସାହାଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, କ୍ଷୁଦ୍ର ବନ୍ଦର ମାନଙ୍କରେ କାମ କରୁଥିବା କର୍ମଚାରୀମାେନ ଏହି ସର୍ବନିମ୍ନ ମଜୁରି ସଂେଶାଧନର ଫାଇଦା ହାସଲ କରିପାରିେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe