ଭୁବନେଶ୍ୱର ଉପକଣ୍ଠରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Advertisment
ଭୁବନେଶ୍ୱର ଉପକଣ୍ଠରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ଥାନା ଅଞ୍ଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫ ମାସର ଗର୍ଭବତୀ ଥିବା ମହିଳାଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ବାଲିଅନ୍ତା ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି । ୨୦୧୯ ଡିସେମ୍ବର ମାସରେ ସୁବିର ମୁଦୁଲିଙ୍କୁ ବିବାହ କରିଥିଲେ ନୟାଗଡ଼ର ସୁଚିସ୍ମିତା ସାହୁ । ଉଭୟ ଉଚ୍ଚଶିକ୍ଷିତ ଏବଂ  ପାହଳରେ ଥିବା ଇଣ୍ଡିଆନ୍ ଅଏଲ୍ କୋପରେଟିଭ୍ ସୋସାଇଟିରେ ସ୍ୱାମୀ ସୁବିରଙ୍କ ସହ ରହୁଥିଲେ ସୁଚିସ୍ମିତା ।

publive-image

ସୂଚନା ମୁତାବକ, ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସୁଚିସ୍ମିତା ନିଜ ବାପାଙ୍କୁ ଫୋନ କରିଥିଲେ ଏବଂ ପୂରା ଘଟଣା ଜଣାଇଥିଲେ। ସେ ଆଉ ରହିବେ ନାହିଁ ବୋଲି ବାପାଙ୍କୁ କହିଥିଲେ । ‌ଫୋନ ରଖିବାର କିଛି ସମୟ ‌ପରେ ସୁଚିସ୍ମିତା ଘର କବାଟ ଭିତରୁ ବନ୍ଦ କରିଦେଇଥିବା ନେଇ ଶ୍ୱଶୁରଙ୍କୁ ଫୋନ କରିଥିଲେ ସ୍ୱାମୀ ସୁବିର ।

publive-image

ପରେ ସୁଚିସ୍ମିତାଙ୍କ ବାପା-ମାଆ ନୟାଗଡରୁ ଆସି ପାହଳରେ ପହଞ୍ଚିଲା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ପରେ ଝିଅକୁ ହତ୍ୟା କରାଯାଇଥିବା ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁଚିସ୍ମିତାଙ୍କ ବାପା-ମାଆ । ସୁଚିସ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇ ମାରି ଦିଆଯାଇଥିବା କହିଛନ୍ତି ତାଙ୍କ ପରିବାର। ଅନ୍ୟ ପକ୍ଷରେ ମୃତକଙ୍କ ଜଣେ ସଂପର୍କିୟ କହିଛନ୍ତି ଯେ ସୁଚିସ୍ମିତାଙ୍କ ଶଶୁର ଘରଲୋକ ଏକ ଜମି କିଣିବା ଲାଗି ବାପଘରୁ ଟଙ୍କା ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ। ଏ ନେଇ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe