ଆଜେକ୍ସଙ୍କ ମା’ଙ୍କୁ ହତ୍ୟା ଧମକ

Advertisment
ଆଜେକ୍ସଙ୍କ ମା’ଙ୍କୁ ହତ୍ୟା ଧମକ

India Herald

ଭୁବନେଶ୍ବର: ଡିଜିଟାଲ ଜକି(ଡିଜେ) ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବା ବେଳେ ତାଙ୍କ ମା’ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଆଜେକ୍ସଙ୍କ ହତ୍ୟା ପଛରେ ବାନ୍ଧବୀ ଜିଜ୍ଞାସା ଓ ତାଙ୍କ ପୁରୁଷ ବନ୍ଧୁ ରଶ୍ମୀର ହାତ ଥିବା ନେଇ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଗତ ୧୧ ତାରିଖରେ ସେ ବଜାରକୁ ଯାଉଥିବା ବେଳେ ଦୁଇ ଜଣ ମୁଖାପିନ୍ଧା ଯୁବକ ବାଇକ୍‌ରେ ଆସି ତାଙ୍କୁ ଧମକାଇଥିଲେ।

ଜିଜ୍ଞାସା ଓ ରଶ୍ମୀ ବିରୋଧରେ ହୋଇଥିବା ମାମଲାର ରଫାଦଫା ପାଇଁ କହିଥିଲେ। ନଚେତ୍‌ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ। ସେ ଯୁବକମାନଙ୍କୁ ଜବାବ ଦେବାରୁ ସେମାନେ ସେଠାରୁ ଚାଲିଯାଇଥିଲେ। ସେଦିନ ସେ କଥାକୁ ଗୁରୁତ୍ବ ଦେଇନଥିଲେ। ଆଜି ଅର୍ଥାତ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ସେ ସେଣ୍ଟଜୋନ୍‌ ଆମ୍ବୁଲାନ୍ସ ଅଫିସ୍‌ ନିକଟରେ ପ୍ରାତଃଭ୍ରମଣ କରୁଥିବା ବେଳେ ସମାନ ଢ଼ଙ୍ଗରେ ଦୁଇ ଯୁବକ ଆସି ପୁଣି ଧମକାଇଥିଲେ। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe