ଶତାଧିକ ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ; ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ

Advertisment
ଶତାଧିକ ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ; ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ

ଭୁବନେଶ୍ୱର : ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ଶତାଧିକ ମତଦାନ କେନ୍ଦ୍ରରେ ଇଭିଏମ୍ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୁଣି କେତେକ ସ୍ଥାନରେ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ବି ପ୍ରକାଶ ପାଇଛି। କେନ୍ଦ୍ରାପଡ଼ାର ଦୁହୁରିଆର ୧୮୭ ନମ୍ବର ବୁଥରେ ୩ ଥର ଇଭିଏମ ବଦଳା ଯିବା ପରେ ମଧ୍ୟ ସମସ୍ୟା ସୁଧିରୁନାହିଁ। ଫଳରେ ଭୋଟରଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

publive-image

ଆଜି ସକାଳୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମତଦାନକୁ ସୁରୁଖୁରୁରେ ପରିଚାଳନା ପାଇଁ ଇଭିଏମ୍ରେ ଦେଖାଦେଇଥିବା ତ୍ରୁଟିକୁ କେତେକ ବୁଥ୍ରେ ପୁଲିଂ କର୍ମଚାରୀମାନେ ସଜାଡିବାରେ ଲାଗିଥିବା ବେଳେ ଅନ୍ୟ କେତେକ ବୁଥରେ ନୂଆ ଇଭିଏମ୍ ମେସିନ୍ ଲଗାଇ ମତଦାନ ଜାରି ରଖିଥିବା ଦେଖିବାକୁ ମିଳିଛି।

publive-image

ମୟୁରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜରାଣୀ ୟୁପି ସ୍କୁଲ୍ସ୍ଥିତ ବୁଥ୍ ନମ୍ବର ୫୧ ଏବଂ ୬୧ରେ ଇଭିଏମ୍ କାମ କରୁ ନ ଥିବାରୁ ମତଦାନରେ ବିଳମ୍ବ ଘଟିଛି। ଇଭିଏମ୍ ତ୍ରୁଟି ଯୋଗୁଁ ବାରିପଦାର ବୁଥ୍ ନମ୍ବର ୮, ୧୦ ଏବଂ ଶ୍ରୀରାମ ଚନ୍ଦ୍ର ସ୍କୁଲ୍ର ବୁଥ୍ ନମ୍ବର ୬୦ରେ ମତଦାନ ଆରମ୍ଭ ହୋଇ ପାରି ନାହିଁ। ଜିଲ୍ଲାର କୁସୁମୀ ବ୍ଲକ୍ର ବୁଥ୍ ନମ୍ବର ୨ରେ ଇଭିଏମ୍ ତ୍ରୁଟି ଯୋଗୁଁ ୪୫ ମିନିଟ୍ ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ସେହିପରି କେନ୍ଦ୍ରାପଡ଼ାର ବୁଥ୍ ନମ୍ବର ୧୩୯, ୧୪୧, ଫକିାରାବାଦର ବୁଥ୍ ନମ୍ବର ୧୬, ଆଳିର ୨୨୬ ପଦନିପାଳର ୫୭, ରାଜନଗରର ବୁଥ୍ ନମ୍ବର ୨୨୬ ଓ ୬୮ରେ ଇଭିଏମ୍ ତ୍ରୁଟି ଦେଖାଯାଇଥିଲା। କେନ୍ଦ୍ରାପଡ଼ାର ନାନକାରସ୍ଥିତ ବୁଥ୍ ନମ୍ବର ୧୬୧, ଇନ୍ଦୁପୁର, ଗରାପୁର, ଧୁମାତ ଓ ଗୁଲନଗରରେ ଇଭିଏମ୍ କାମ କରୁନାହିଁ। ପାଟକୁରା ନିର୍ବାଚନ ମଣ୍ଡଳୀର ବ୍ରହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୧୭୯ରେ ଇଭିଏମ୍ ଅଚଳ ଯୋଗୁଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।

publive-image

ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଖରାବାଦର ବୁଥ୍ ନମ୍ବର ୧୩୮,ଜଗତ୍ସିଂହପୁରର ୧୩୫ ନମ୍ବର ବୁଥ୍, ଧମାନଗରର ୨୨୨ ନମ୍ବର ବୁଥ୍ରେ ମଧ୍ୟ ଇଭିଏମ୍ କାମ କରୁନାହିଁ। ଯାଜପୁର ଧର୍ମଶାଳାର ବୁଥ୍ ନମ୍ବର ୧୧୫, ବରିର ୧୧୦, ସତ୍ୟଭାମାପୁରର ୧୨୫ ଏବଂ ୬୮ରେ ଇଭିଏମ୍ କାମ କରୁ ନାହିଁ।

ଯାଜପୁର ନିର୍ବାଚନ ମଣ୍ଡଳୀର ବାରବାଟୀ ବୁଥ୍ରେ ଇଭିଏମ୍ ମେସିନ୍ ଖରାପ ହୋଇଥିବା ଖବର ମିଳିଛି। ଚିତ୍ରୀ ପଞ୍ଚାୟତର ବୁଥ୍ ନମ୍ବର ୬୪, ସୁକିନ୍ଦା ବୁଥ୍ର ୧୦୪ ଗଣ୍ଡପାଳ ଏବଂ ୬୦ ଜେମାଦେଈପୁରରେ ଇଭିଏମ୍ ଅଚଳ ହେତୁ ମତାଦାନରେ ବିଳମ୍ବ ଘଟିଛି। ଯାଜପୁର ଜିଲ୍ଲା ବଡ଼ଚଣାର ୧୧ ନମ୍ବର ବୁଥ୍ରେ ମଧ୍ୟ ଇଭିଏମ୍ କାମ କରୁନାହିଁ।

publive-image

ବାଲେଶ୍ୱର ୧୩୩ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଥିବାରୁ ମତଦାନରେ ବିଳମ୍ବ ହୋଇଛି। ଜଳେଶ୍ୱର ଅନ୍ତର୍ଗତ ଉଲୁମରା ପଞ୍ଚାୟତର ବୁଥ୍ ନମ୍ବର ୫, ଭଦ୍ରକର ଗେଲପୁର ଗ୍ରାମପଞ୍ଚାୟତରେ ଥିବା ୧୮୪, ୧୮୫, ଭଣ୍ଡାରୀପୋଖରୀର ଅଡ଼ିଆ ଗ୍ରାମପଞ୍ଚାୟତର ୪୩ ନମ୍ବର ବୁଥ୍ ଏବଂ ନଟାକଟାର ବୁଥ୍ ନମ୍ବର ୨୦୩ରେ ଇଭିଏମ୍ ଓ ଭିଭିପିଏଟି କାମ କରୁ ନ ଥିବାରୁ ଭୋଟ୍ ଗ୍ରହଣ ବିଳମ୍ବିତ ହୋଇଥିଲା। ବସ୍ତାର ୪ ନମ୍ବର ଓ ଭୋଗରାଇର ୧୯୦ ନମ୍ବର ବୁଥ୍ରେ ଏଭିଏମ୍ ଅଚଳ ହେତୁ ମତଦାନ ହୋଇ ପାରୁନାହିଁ। ଯଶୀପୁରର ୨୦୦ ନମ୍ବର ବୁଥ୍ ଏବଂ ଚାନ୍ଦବାଲିର ୨୧୬, ୧୪ ଏବଂ ୨୩୯ ନମ୍ବର ଓ ବାଲିଆପାଳର ୯୯ ଓ ୧୪୩ରେ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି।
ତେବେ ଏ ମଧ୍ୟରୁ ଅଧିକାଂଶ ସ୍ଥାନରେ ଇଭିଏମ ଓ ଭିଭିପାଟ ସଜଡା ଯିବା ସହିତ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe