ଦିଲ୍ଲୀ ମଦ ଦୁର୍ନୀତି ମାମଲା: ବିଆର୍‌ଏସ୍‌ ନେତ୍ରୀ କେ କବିତା ଗିରଫ

Advertisment
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ବିଆର୍‌ଏସ୍‌ ନେତ୍ରୀ କେ କବିତା ଗିରଫ

ହାଇଦ୍ରାବାଦ/ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ‌କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଅପରାହ୍‌ଣରେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପରେ ପଚରାଉଚୁରା ପାଇଁ ତାଙ୍କୁ ହାଇଦ୍ରାବାଦରୁ ଦିଲ୍ଲୀ ଅଣାଯାଇଛି। ଆଜି ସକାଳେ ନିର୍ଦ୍ଦେଶାଳୟର ଦିଲ୍ଲୀ ଟିମ୍‌ ଓ ହାଇଦ୍ରାବାଦର ଟିମ୍‌ ମିଳିତ ଭାବେ କବିତାଙ୍କ ଘରେ ଚଢ଼ଉ କରିଥିଲେ। ଗିରଫ କରି ଅଣାଯାଉଥିବା ବେଳେ କବିତାଙ୍କ ଭାଇ କେ ରାମାରାଓ ପ୍ରତିବାଦ କରିଥିଲେ। ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସବିଆଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଜାରି ରଖିଛି। ୨୦୨୩ରେ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ଚଳିତ ବର୍ଷ ଦୁଇ ମାସ ମଧ୍ୟରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁଇଟି ସମନକୁ ଏଡ଼ାଇ ଦେଇଥିଲେ। ଏହାପରେ ସେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ବୁଧବାର ଯାଏଁ ପଚରାଉଚୁରା ନକରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି (ଶୁକ୍ରବାର) ପୁଣିଥରେ ଆବେଦନର ବିଚାର କରି ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe