indiatoday
ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ବକୁ କବଳିତ କରି ରଖିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଦେଶକୁ ଲକଡାଉନ କରିଥିଲେ। ଲକଡାଉନ ପରେ ଏବେ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଥିବା ବେଳେ କରୋନା ଟିକା ପାଇଁ ଅପେକ୍ଷା କରିଛନ୍ତି ବିଶ୍ବବାସୀ। ଏ ମଧ୍ୟରେ ଡେନମାର୍କରୁ ଏକ ଚିିନ୍ତାଜନକ ଖବର ସାମ୍ନାକୁ ଆସିଛି। ଡେନମାର୍କରେ ଦେଖାଯାଉଥିବା ମିଙ୍କ ମଧ୍ୟରେ ପରିବର୍ତ୍ତିତ କରୋନାଭାଇରସ୍ ଦେଖାଯାଉଥିବା ଜଣା ପଡ଼ିବା ସହ ଏହା ମନୁଷ୍ୟକୁ ମଧ୍ୟ ସଂକ୍ରମିତ କରୁଥିବା ଜଣା ପଡ଼ିଛି। ଏ ନେଇ ସ୍ପଷ୍ଟ ହେବା ପରେ ଡେନମାର୍କ ସରକାର ପ୍ରାୟ ୧୭ମିଲିୟନ ମିଙ୍କ ମାରିବାର ଯୋଜନା କରୁଥିବା ଜଣା ପଡ଼ିଛି।
WIONଏ ପର୍ଯ୍ୟନ୍ତ ମିଙ୍କ ଫାର୍ମରୁ ୫ଜଣ ମିଙ୍କ ପରିବର୍ତ୍ତିତ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୧୨ଜଣ ଲୋକ ଏହି ପରିବର୍ତ୍ତିତ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି। ଦେଶରେ ୧୫-୧୭ମିଲିୟନ ମିଙ୍କ ଥିବାରୁ ବଡ଼ ଧରଣର ସଂକ୍ରମଣର ଆଶଙ୍କା ରହିଛି। ଏ ନେଇ ଡେନମାର୍କ ସରକାର ମିଙ୍କକୁ ତୁରନ୍ତ ମାରିବା ପାଇଁ ଆଦେଶ ଦେଇଛନ୍ତି। ଡେନମାର୍କ ପୁଲିସ, ଆର୍ମି ଏବଂ ଗୃହରକ୍ଷୀମାନଙ୍କୁ ୧୭ମିଳିୟନ ମିଙ୍କକୁ ମାରିବାର ଦାୟିତ୍ବ ଦିଆଯିବ ବୋଲି ଡେନମାର୍କର ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ କହିଛନ୍ତି।
Follow Us