ଦିଶା ପଟାନି ସେଆର୍‌ କଲେ ନିଜର ଏକ ଭିଡ଼ିଓ , ଜାଣନ୍ତୁ କ’ଣ ଅଛି ଏଥିରେ !

Advertisment
ଦିଶା ପଟାନି ସେଆର୍‌ କଲେ ନିଜର ଏକ ଭିଡ଼ିଓ , ଜାଣନ୍ତୁ କ’ଣ ଅଛି ଏଥିରେ !

ମୁମ୍ବାଇ: ବଲିଉଡର ହଟ୍‌ ହିରୋଇନ୍‌ ଦିଶା ପଟାନି ସଲମାନ୍‌ ଖାନ୍‌ ଷ୍ଟାରର୍‌ ନୂଆ ସିନେମା ‘ଭାରତ’ପାଇଁ ଦିଶା ଖୁବ୍‌ ପରିଶ୍ରମ କରୁଥିବା ମଧ୍ୟ ଜଣାଯାଇଛି। ଦିଶା ନିକଟରେ ନିଜର ଏକ ଭିଡ଼ିଓ ସେଆର୍‌ କରିଛନ୍ତି।ଏହି ଭିଡ଼ିଓରେ ଦିଶାଙ୍କୁ ଏକ ଭୟାନକ ଷ୍ଟଣ୍ଟ୍‌ କରୁଥିବାର ଦେଖିବାକୁ ମିଳିଛି। ସେ ଜଣେ ଆଥେଲେଟ୍‌ ଭଳି ଏହି ଷ୍ଟଣ୍ଟ କରିଛନ୍ତି।
ଦିଶା ପଟାନି ଏହି ଫିଲ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଥିବା ମଧ୍ୟ ଜଣାଯାଇଛି। ଏଥିପାଇଁ ଆନ୍ତର୍ଜାତୀୟ ସ୍ତରର ଟ୍ରାପିଜ୍‌ ଆର୍ଟିଷ୍ଟ୍‍ ଅଲ୍ଲୀଙ୍କଠାରୁ ଟ୍ରେନିଂ ନେବେ ବୋଲି ଜଣାଯାଇଛି। ଜୁଲାଇ ୧୪ରେ ଏହି ପ୍ରଶିକ୍ଷଣର ଆରମ୍ଭ ହେବ। ଏଥିଲାଗି ଦିଶା ପ୍ରାୟ ଦୁଇ ସପ୍ତାହ ଯାଏଁ ଏହି ଟ୍ରେନିଂ ନେବେ ।

Train train❤ @nadeemakhtarparkour88 ?

A post shared by disha patani (paatni) (@dishapatani) on

ଗତ କିଛି ମାସ ହେଲା ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମା ‘ଭାରତ’ରେ ଦିଶା ପଟାନି ସଲମାନ୍‌ ଖାନ୍‌ଙ୍କ ଭଉଣୀ ଭୂମିକାରେ ଅଛନ୍ତି।ଏଥିରେ ପ୍ରିୟଙ୍କା ଚୋପ୍ରା ଅଛନ୍ତି ନାୟିକା ଭୂମିକାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe