ଶାଗ, କୋବି, କଳା ବିନ୍ସ ଓ ଆଲ୍‌ମଣ୍ଡ୍‌ ଆଦି ଖାଇ ଦୂର କରନ୍ତୁ ଏହି ସାଧାରଣ ସମସ୍ୟା

ଶାଗ, କୋବି, କଳା ବିନ୍ସ ଓ ଆଲ୍‌ମଣ୍ଡ୍‌ ଆଦି ଖାଇ ଦୂର କରନ୍ତୁ ଏହି ସାଧାରଣ ସମସ୍ୟା

CHI St. Vincent

ଓଜନକୁ ନିଜ ଆୟତ୍ତରେ ରଖିବାକୁ ଆଜିକାଲି ଲୋକେ ବହୁ ପଦ୍ଧତି ଆପଣଉଛନ୍ତି।  ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା ଆଦୌ ବି ସେତିକି ସହଜ ହୋଇନଥାଏ। ଓଜନ କମାଇବା ପାଇଁ ଲୋକଙ୍କୁ ଦୁନିଆ କସରତ୍‌ କରିବାକୁ ପଡ଼ିଥାଏ। ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ

ଯେ ପତଳା ଲୋକଙ୍କ ତୁଳନାରେ ମୋଟା ଲୋକ ଅପେକ୍ଷାକୃତ ଅସୁସ୍ଥ। ତେବେ, କହିବା ଯେତେ ସହଜ ବ୍ୟାୟାମ ବା ଡାଏଟ୍‌ କରିବା କିନ୍ତୁ ଏତେ ସହଜ ନୁହେଁ। ହେଲେ ଆଜି ଆମେ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇବା ଦ୍ୱାରା ବିନା ପରିଶ୍ରମର ଖସିଯିବ ଶରୀରର ଅତିରିକ୍ତ ଚର୍ବି। ଆପଣ ଅନୁମାନ କରିଥିବେ ଯେ ବିଶେଷ କରି ପେଟରେ ହିଁ ବେଶି ମାତ୍ରାରେ ଚର୍ବି ଲାଗିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ପେଟ ଚର୍ବି ଖସାଯାଇ ପାରିବ।

ଶାଗ: ପୋଇ ପତ୍ର, ଖଡ଼ା ପ୍ରତ୍ର ବିଭିନ୍ନ ପ୍ରକାରର ଶାଗ ଜାତୀୟ ଖାଦ୍ୟ ଖାଇ ଆମେ ଆମର ପେଟର ମୋଟାପଣକୁ ଆୟତ୍ତରେ ରଖିପାରିବା।

କୋବି: ଉଭୟ ବନ୍ଧା କୋବି ଓ ଫୁଲ କୋବି ଓଜନ ହ୍ରାସ ପାଇଁ ଉପଯୋଗୀ ପରିବା ହୋଇଥାଏ। ଏହାକୁ ପ୍ରଚୁର ପରିମାଣରେ ଖାଇ ପେଟ ପୂରାଇଲେ କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଇବା ଆବଶ୍ୟକ ହୋଇନଥାଏ। ଫଳରେ ସହଜରେ ଚର୍ବି ଦୂର ହୋଇଥାଏ।

publive-image

କଳା ବିନ୍ସ: କଳା ବିନ୍ସରେ ପ୍ରଚୁର ପରିମଣର ପ୍ରୋଟିନ୍‌ ରହିଛି। ଏଥିରେ ପଟାସିୟନ ରହିଥିବା ସହ ଏହା ଚର୍ବି କମାଇବାରେ ବିଶେଷ ସହାୟକ ହୋଇଥାଏ।

ଆଲମଣ୍ଡ୍‌: ଗବେଷକମାନେ କହିଛନ୍ତି ଯେ ଦୈନିକ ୪୫ ଗ୍ରାମ୍‌ ଆଲମଣ୍ଡ ଖାଇବା ଦ୍ୱାରା ହୃଦ୍‌ରୋଗକୁ ଦୂରେଇ ଦେବା ସହ ଶରୀରର ଅଯଥା ମୋଟାପଣକୁ ବି ଦୂରେଇ ଦେଇପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe