ମନ୍ଦିର ପରିସରରେ ଖାଇହେବନି ପାନ-ଗୁଟଖା, ଧରାପଡ଼ିଲେ ଗଣିବେ ତଣ୍ଡ

Advertisment
ମନ୍ଦିର ପରିସରରେ ଖାଇହେବନି ପାନ-ଗୁଟଖା, ଧରାପଡ଼ିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ସ୍ଵଚ୍ଛ-ସୁନ୍ଦର କରିବାକୁ ସରକାର ପଦକ୍ଷେପ ନେବାରେ ଲାଗିପଡିଛନ୍ତି | ମନ୍ଦିରର ଚାରିପାଖରେ ଜବରଦଖଲ ଉଚ୍ଛେଦ ଓ  ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବା ବେଳେ  ପରିବେଶର ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବା ଆରମ୍ଭ ହୋଇଛି  | ତେବେ କେବଳ ମନ୍ଦିରର ଚତୁର୍ପାଶ୍ୱକୁ ସ୍ଵଚ୍ଛ ନ କରି ଏଣିକି ମନ୍ଦିର ପରିସରରେ ମଧ୍ୟ ସ୍ୱଚ୍ଛତା ଆଣିବାକୁ ପ୍ରୟାସ ଆରମ୍ଭ କରାଯାଇଛି | ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନକୁ ନିଷେଧ କରାଯାଇଛି | ଲିଙ୍ଗରାଜ ମନ୍ଦିର ବେଢ଼ା ମଧ୍ୟରେ କେହି ନିଶା ସାମଗ୍ରୀ ଖାଇପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି | ଏହି ନିୟମ ନ ମାନିଲେ ଉଲ୍ଲଙ୍ଘନକାରୀ ୧୦୦ ଟଙ୍କା ଜରିମାନା ଗଣିବେ ବୋଲି ନିଷ୍ପତ୍ତି ନିଆଯାଇଛି | ଆସନ୍ତା ୧୫ରୁ ନିୟମ କଡାକଡି ଲାଗୁ ହେବା ନେଇ ମନ୍ଦିର କାର୍ଯ୍ୟାଳୟରୁ ସୂଚନା ମିଳିଛି |

publive-image

ଏଠାରେ ସୂଚନା ଥାଉ କି ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ମାସରେ ପ୍ୟାକେଜ୍‌ ଘୋଷଣା କରିଥିଲେ । ଘୋଷିତ ପ୍ୟାକେଜ୍‌ ଅନୁସାରେ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା କାର୍ଯ୍ୟକାରୀ  କରୁଛନ୍ତି। ଏହି ଯୋଜନାରେ ଲିଙ୍ଗରାଜ ମନ୍ଦିରର ସୁଦୃଶ୍ୟ ପ୍ରବେଶ ପଥ ନିର୍ମାଣ , ବିନ୍ଦୁସାଗର ସହିତ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ନିର୍ମିତ ହେବ।

ଏହି ଯୋଜନାରେ ସମୁଦାୟ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଟ୍ରାଫିକ ହ୍ରାସ ଓ ଯାତାୟତ ସୁବିଧା ପାଇଁ ତାଳେଶ୍ୱର ଛକ ଠାରୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ।  ଶ୍ରୀଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ବିକାଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe