ଜଳକୁ ସ୍ୱଚ୍ଛ କରିବା ପାଇଁ ସଜନା ଛୁଇଁର ସହାୟତା ନିଅନ୍ତୁ ଏପରି…

Advertisment
ଜଳକୁ ସ୍ୱଚ୍ଛ କରିବା ପାଇଁ ସଜନା ଛୁଇଁର ସହାୟତା ନିଅନ୍ତୁ ଏପରି…

ଜଳ ଆମ ଜୀବନ ଧାରଣର ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ। ପ୍ରତ୍ୟେକ ମଣିଷ ପ୍ରତିଦିନ ଅନ୍ୟୂନ ଦୁଇରୁ ତିନି ଲିଟର ପାଣି ପିଇବା ଉଚିତ। ଏହା ଆମକୁ ସୁସ୍ଥ ରଖିଥାଏ। ତେବେ ପାଣି ପିଇବା ଆଗରୁ ଆମେ ଜାଣିବା ଉଚିତ ଯେ, ତାହା ଶୁଦ୍ଧ କି ନୁହେଁ।

ଆପଣ କେବଳ ଏହି ସହଜ, ସରଳ ଉପାୟରେ ପାନୀୟ ଜଳକୁ ବିଶୁଦ୍ଧ କରିପାରିବେ। ଏଥିପାଇଁ କେବଳ ଗୋଟିଏ ପରିବା ଦରକାର। ଏହା ହେଲା ସଜନା ଛୁଇଁ।

ନିକଟରେ ଏକ ଗବେଷଣାରୁ ଜଣାଯାଇଛି ଯେ ସଜନା ମଞ୍ଜି ପାଣିକୁ ସ୍ୱଚ୍ଛ ଓ ଶୁଦ୍ଧ ରଖିବାରେ ସହାୟକ ହୋଇଥାଏ।

ଆମେରିକାର କାରବେର୍ଗ ମେଲେନ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ସହଜ, ଶସ୍ତା ଓ ପ୍ରଭାବଶାଳୀ ଉପାୟ ବାହାର କରାଯାଇଛି। ଏହି ପ୍ରଯୋଗର ନାଆଁ ହେଲା ‘ଏଫ୍‌-ସାଣ୍ଡ’। ଏଥିରେ ବାଲି ଓ ସଜନାର ସହାୟତାରେ ଜଳ ଶୋଧନ କରାଯାଇପାରେ।

publive-image

ସଜନା ମଂଜିକୁ ଶୁଖାଇ ଗୁଣ୍ଡ କରନ୍ତୁ। ଏହାକୁ ଅସ୍ୱଚ୍ଛ ପାଣିରେ ପକାନ୍ତୁ। ଏହାପରେ ପାଣିରେ ଥିବା ଅସ୍ୱଚ୍ଛ ସାମଗ୍ରୀ ତଳେ ବସିଯିବ। ଏହାଛଡ଼ା ତାହା ପାଣିରେ ଥିବା ବ୍ୟାକ୍ଟେରିଆକୁ ମଧ୍ୟ ନିପାତ କରିଥାଏ। ଏହି ଗବେଷଣାରେ କୁହାଯାଇଛି ଯେ, ଏହି ପ୍ରୟୋଗ ଫଳରେ ଜଳରୁ ୮୦ରୁ ୯୯.୫ ପ୍ରତିଶତ ସ୍ୱଚ୍ଛତା ଓ ଶୋଧନ କରାଯାଇ ପାରିବ ଓ ନବେ ପ୍ରତିଶତ ବ୍ୟାକ୍ଟେରିଆ ନଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe