The Economic Times
ନୂଆଦିଲ୍ଲୀ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବ ସମ୍ପର୍କିତ ଏହାର ରିପୋର୍ଟରୁ ଭାରତର ନାମକୁ ବାଦ୍ ଦେଇଛନ୍ତି। ପିଲାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଉପଯୁକ୍ତ ପଦାକ୍ଷପ ନେଉଛନ୍ତି ବୋଲି ଗୁଟେରସ କହିଛନ୍ତି।
ଗତବର୍ଷ ଗୁଟେରସ ତାଙ୍କ ରିପୋର୍ଟରେ କହିଥିଲେ, ତାଙ୍କ ସ୍ବତନ୍ତ୍ର ପ୍ରତିନିଧିଙ୍କ ସହ ଭାରତର ବାର୍ତ୍ତାଳାପକୁ ସେ ସ୍ବାଗତ କରିଛନ୍ତି। ଏହାଦ୍ବାରା ପିଲାଙ୍କ ପାଇଁ ଉଦ୍ବେଗଜନକ ପରିସ୍ଥିତି ଥିବା ଦେଶଗୁଡ଼ିକ ତାଲିକାରୁ ଭାରତର ନାମକୁ ବାଦ୍ ଦିଆଯାଇପାରେ। ଚଳିତ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଥିବାରୁ ଏହି ତାଲିକାରୁ ଭାରତର ନାମକୁ ବାଦ୍ ଦିଆଯାଇଛି।
Follow Us