ଏକତା କପୁର କାହାକୁ ଦେଖିଲେ ନିଜର କଷ୍ଟ ଭୁଲିଯାନ୍ତି? 

ଏକତା କପୁର କାହାକୁ ଦେଖିଲେ ନିଜର କଷ୍ଟ ଭୁଲିଯାନ୍ତି? 

ମୁମ୍ବାଇ:  ଟେଲି ଜଗତର କୁଇନ୍‌ ଏକତା କପୁର ହମ୍‌ପାଞ୍ଚ୍‌,କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି,କାହାନି ଘର୍‌ ଘର୍‌ କି,କହିଁ କିସି ରୋଜ୍‌,କସୌଟି ଜିନ୍ଦେଗି କେ,ପବିତ୍ର ରିସ୍ତା ,ବଡେ ଅଛେ୍‌ ଲଗ୍‌ତେ ହେଁ,ଯୋଧା ଆକବର,ନାଗିନ୍‌,ୟେ ହେ ମୋହବତେଁ,ଚନ୍ଦ୍ରକାନ୍ତ,କସମ୍‌ ତେରେ ପ୍ୟାର୍‌ କି ଓ କୁଣ୍ଡଳି ଭାଗ୍ୟ ଇତ୍ୟାଦି ମେଗା ଧାରାବାହିକ ଏବଂ,କ୍ୟୁଁ କି ମେଁ ଝୁଠ୍‌ ନେହିିଁ ବୋଲତା,ଓ୍ଵାନସ ଅପଅନ୍‌ ଏ ଟାଇମ୍‌ ଆଦି ସିନେମାରପ୍ରଯୋଜନା କରିଛନ୍ତି । ସେ ନିକଟରେ  କହିଥିଲେ କି  ସେ ପିଲାଙ୍କର ମାଆ ହେବା ପାଇଁ ପସନ୍ଦ କରିବେ , କିନ୍ତୁ କୌଣସି କାହାର ପତ୍ନୀ ହେବା ପାଇଁ ପସନ୍ଦ କରିବେ  ନାହିଁ। ଏହାର ଅର୍ଥ ସେ ବିବାହ କରିବାକୁ ଚାହୁଁ ନାହାନ୍ତି, ହେଲେ ନିକଟ ଭବିଷ୍ୟତରେ ସେ କୌଣସି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରନ୍ତ ବୋଲି ସୂଚନା ଦେଇଥିଲେ ଏକତା।

ଏକତାଙ୍କ ସାନ ଭାଇ ତୁଷାର କପୁର ବି ବିବାହ ନ କରି ‘ଲକ୍ଷ୍ୟ’ନାମକ ପୁଅର ବାପା ହୋଇଛନ୍ତି। ଏକତା କହିଛନ୍ତି ଯେ ସେ ଯେତେ ମାନସିକ ଚାପରେ ଥିଲେ ବି ପୁତୁରା ଲକ୍ଷ୍ୟକୁ ଦେଖିଲେ,ତାଙ୍କର ସବୁ କଷ୍ଟ ଦୂର ହୋଇଯାଏ । ଏବେ ଲକ୍ଷ୍ୟ ହେଉଛନ୍ତି ତାଙ୍କ ଜୀବନର ଅସଲ ପ୍ରେମ ବୋଲି କହନ୍ତି ଏକତା।

publive-image

କିନ୍ତୁ ଏବେ ତାଙ୍କ ହାତରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଓ ତା’ର ଦାୟିତ୍ୱ ନେବା ସପକ୍ଷରେ ନାହାଁନ୍ତି , କାରଣ ଏବେ ଏଥିଲାଗି ସମୟ ଦେଇ ପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe