ସକାଳେ ନେତା ଚୟନ, ସଂଧ୍ୟାରେ ଶପଥ: ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ହେବ

Advertisment

ମୁଖ୍ୟମନ୍ତ୍ରୀ କିଏ ହେବେ ସଂସଦୀୟ ବୋର୍ଡ ‌ନିଷ୍ପତ୍ତି ନେବ: ମନମୋହନ

ମୁଖ୍ୟମନ୍ତ୍ରୀ କିଏ ହେବେ ସଂସଦୀୟ ବୋର୍ଡ ‌ନିଷ୍ପତ୍ତି ନେବ: ମନମୋହନ

୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି: ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଜୁନ୍‌ ୧୦ତାରିଖ, ସୋମବାର ସଂଧ୍ୟାରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ଶପଥ ନେବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ବିଜେପିର ସଂସଦୀୟ ବୋର୍ଡ ନେବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଦିଲ୍ଲୀରୁ ଫେରିବା ପରେ ଶ୍ରୀ ସାମଲ କହିଛନ୍ତି, ମୁଁ ନିର୍ବାଚନ ହାରିଥିବାରୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସଂସଦୀୟ ବୋର୍ଡ ବୈଠକ ବସି ‌ନିଷ୍ପତ୍ତି ନେବ। ଏପର୍ଯ୍ୟନ୍ତ କିଛି ସ୍ଥିର ହୋଇନି। ଦିଲ୍ଲୀ ଗସ୍ତ ଅବସରରେ ଦଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆମର ବହୁ ବରିଷ୍ଠ ଓ ଅଭିଜ୍ଞ ନେତା ଥିବାରୁ ସେମାନେ ବସି ନିଷ୍ପତ୍ତି ନେବେ। ଏହା ଉପରେ ୧୦ ତାରିଖ ସକାଳେ ବିଧାୟକ ଦଳ ବୈଠକ ବସି ମୋହର ମାରିବ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାମଲ ଆହୁରି କହିଛନ୍ତି ଯେ ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦେଖିବାକୁ ମିଳିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥ ନେବାକୁ ଥିବା କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe