ପଶ୍ଚିମବଙ୍ଗରେ ତେଜିଲା ନିର୍ବାଚନୀ ହିଂସା‌, ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା

Advertisment

ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ୧୧ ଜଣଙ୍କ ମୃତ୍ୟୁ ହେଲାଣି

ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ୧୧ ଜଣଙ୍କ ମୃତ୍ୟୁ ହେଲାଣି

ପଶ୍ଚିମବଙ୍ଗରେ ତେଜିଲା ନିର୍ବାଚନୀ ହିଂସା‌, ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା

DNA India

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ଚରମ ସୀମାରେ ପହଞ୍ଚିଛି। ରାଜ୍ୟରେ ଆଜି ସକାଳେ ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗର କୁଚ ବିହାର ଜିଲ୍ଲାରେ ଶାସକ ଦଳ ଏବଂ ବିରୋଧୀ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାପରେ ଆଜି ଗୁଳିକାଣ୍ଡ ହୋଇଥିଲା ।

ଗୁଳିମାଡ଼ରେ ଜଣେ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୬ ଜଣଙ୍କ ଦେହରେ ବି ଗୁଳି ବାଜିଛି। ଜୁନ୍‌ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ନିର୍ବାଚନ ହିଂସା କାରଣରୁ ଏଯାବତ ୧୧ ଜଣଙ୍କ ମୃତ୍ୟୁ ହେଲାଣି। ଉଲ୍ଲେଖଯୋଗ୍ୟ, ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ରାଜ୍ୟରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ଟିଏମ୍‌ସି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe