ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ ଅନ୍ତର୍ଗତ ଦହିମାଳ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇ ଅବକାରୀ ବିଭାଗକୁ ହଟହଟା ହେବାକୁ ପଡ଼ିଛି। ଅବକାରୀ ବିଭାଗ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିବା ବେଳେ ଗାଁ ଲୋକେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ ଅଟକ ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଟଗାଁ ନିକଟସ୍ଥ ଦହିମାଳ ଗାଁ ପାଖରେ ଦୁଇଜଣ ଯୁବକ ଏକ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରିଥିଲା। ଅବକାରୀ ବିଭାଗ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା। ତେବେ ଅବକାରୀବିଭାଗର କର୍ମଚାରୀମାନେ ଗାଁର ଜଣେ ଲୋକଙ୍କୁ ମାଡ଼ମାରିବାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ସମସ୍ତ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।
ବଲାଙ୍ଗୀର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ
Advertisment
Follow Us