'ଫ୍ୟାକ୍ଟ୍ ସିଟ୍' ଜାରି କଲା ଭାରତ ବାୟୋଟେକ୍: ଏହି ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ‘କୋଭାକ୍ସିନ୍’

Advertisment
'ଫ୍ୟାକ୍ଟ୍ ସିଟ୍' ଜାରି କଲା ଭାରତ ବାୟୋଟେକ୍: ଏହି ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ‘କୋଭାକ୍ସିନ୍’

Moneycontrol

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଆଜି ଏକ “ଫ୍ୟାକ୍ଟ୍ ସିଟ୍” ପ୍ରକାଶ କରିଛି। ଏଥିରେ କରୋନାଭାଇରସ୍ ପାଇଁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ବିପଦ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ କମ୍ପାନି ଭାରତ ବାୟୋଟେକ୍ ଦୋହରାଇଛି ଯେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଥିବାରୁ ଟିକାର ପ୍ରଭାବ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିପାରି ନାହିଁ। ସେନେଇ କେଉଁ ଲୋକ କୋଭାକ୍ସିନ ନେବା ଉଚିତ ନୁହେଁ ସେ ବିଷୟରେ ଜଣାଇଛି ଭାରତ ବାୟୋଟେକ୍।

-କୌଣସି ଆଲର୍ଜି ଥି‌ଲେ।
-ଜ୍ୱର ହୋଇଥି‌ଲେ
-ରକ୍ତସ୍ରାବ ଜନିତ ରୋଗ ଥିଲେ କିମ୍ବା ରକ୍ତ ପତଳା ହେବାରେ ସମସ୍ୟା ଥିଲେ।
-ରୋଗ ପ୍ରତିଷୋଧକ ଶକ୍ତି ଉପରେ ପ୍ରଭାବ ପକାଉଥିବା ଔଷଧ ଖାଉଥିଲେ।
-ଗର୍ଭବତୀ ଥିଲେ।
-ସ୍ତନ୍ୟପାନ କରାଉଥିଲେ।
-ଅନ୍ୟ ଏକ କୋଭିଡ୍ -୧୯ ଟିକା ନେଇଥିଲେ କୋଭାକ୍ସିନ ନେବା ଉଚିତ ନୁହେଁ।

India's Covaxin to Pfizer, Oxford, Moderna: Latest updates about Covid vaccines Mint

ଭାରତ ବାୟୋଟେକର କୋଭାକ୍ସିନ ଟିକା ନେବା ପରେ ହେଉଥିବ‌ା ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଲା
-ଇଞ୍ଜେକ୍ସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା ହେବା।
-ଇଞ୍ଜେକ୍ସନ୍ ନେଇଥିବା ସ୍ଥାନ ଫୁଲିବା।
-ଇଞ୍ଜେକ୍ସନ୍ ନେଇଥିବା ସ୍ଥାନ ଲାଲ ପଡ଼ିବା
-ଇଞ୍ଜେକ୍ସନ୍ ନେଇଥିବା ସ୍ଥାନ କୁଣ୍ଡାଇ ହେବା
-ଇଞ୍ଜେକ୍ସନ୍ ନେଇଥିବା ବାହୁ ଦୁର୍ବଳ ହେବା ଭଳି ଅନୁଭବ ହେବା
-ଶରୀରରେ ଯନ୍ତ୍ରଣା ହେବା
-ମୁଣ୍ଡବିନ୍ଧା
-ଜ୍ୱର
-ବାନ୍ତି 
-ନିଶ୍ୱାସ ନେବାରେ ଅସୁବିଧା
-ମୁହଁ ଏବଂ ଗଳାର ଫୁଲିବା
-ମୁଣ୍ଡ ବୁଲାଇବା ଏବଂ ଦୁର୍ବଳତା ଅନୁଭବ ହେବା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe