Representative image
ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଶିକାରୀଙ୍କ ପାଦ୍ରୁଭାଵ ଥମିବାରେ ନା ଧରୁନି। ଶିକାରୀଙ୍କ ବନ୍ୟଜନ୍ତୁ ଶିକାର ଲାଳସା ଏତେ ବଢିଛି ଯେ ଏଥିଯୋଗୁଁ ଗୋଟିଏ ପରେ ଗୋଟିଏ ମଣିଷ ଜୀବନ ଯାଉଛି। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜ ଅଞ୍ଚଳରେ।
ସୂଚନା ଅନୁଯାୟୀ ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମର ଚାଷୀ ମୋହନ ରାଜପୁତ(୩୮) ଆଜି ସକାଳ ପ୍ରାୟ ୬ଟା ବେଳକୁ ନିଜ ଚାଷ କ୍ଷେତରେ ପାଣି ଦେବାକୁ ଘରୁ ବାହାରିଥିଲେ। ତେବେ ଗ୍ରାମର ପଟୁମାଳଠାରେ ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଥିବା ସେ ଜାଣିପାରି ନଥିଲେ। ଫଳରେ ସେହି ଜିଆଇ ତାର ସଂସ୍ପର୍ଶରେ ଆସି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗ୍ରାମର ଲୋକମାନେ ସକାଳ ପ୍ରାୟ ୮ଟା ବେଳେ ସେଠାରେ ତାଙ୍କୁ ମୃତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଲେ।
ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ବନ୍ତଳା ରେଞ୍ଜର କୌଣସି ବନ କର୍ମଚାରୀ ପହଂଚି ନଥିବା ବେଳେ ପୁଲିସ ମଧ୍ୟ ପହଂଚି ନାହିଁ। ସୂଚନାଯୋଗ୍ୟ ଯେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ନିଜ ଘର ଉତ୍ତରପ୍ରଦେଶରେ ଝାନସି ଅଞ୍ଚଳରେ। ସେ ଦୀର୍ଘ ୭ ବର୍ଷ ହେବ ସେହି ଗ୍ରାମରେ ବିବାହ କରି ଶଶୁର ଘରେ ରହି ଆସୁଥିଲେ।
Follow Us