ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ : ୪୮ ହଜାର ସରକାରୀ କର୍ମଚାରୀ ନିୟୋଜିତ, ୭୨୩୩ ବୁଥକୁ ଗଲେ ପୋଲିଂ ପାର୍ଟି

Advertisment
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ : ୪୮ ହଜାର ସରକାରୀ କର୍ମଚାରୀ ନିୟୋଜିତ, ୭୨୩୩ ବୁଥକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହେବା ପରେ ଅବଗଣନା ଆରମ୍ଭ ହୋଇଯାଇଛି।

ଆସନ୍ତା ଏପ୍ରିଲ୧୧ ତାରିଖ ଦିନ ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ(କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି ଓ ବ୍ରହ୍ମପୁର)ଏବଂ ଏଥି ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ।

ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି। ପ୍ରାୟ ୪୭,୮୦୫ ସରକାରୀ କର୍ମଚାରୀ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ମତଦାନ ଦିନ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର (୨୯ ଲକ୍ଷ ୭୨ ହଜାର ୯୨୫ ଜଣ ପୁରୁଷ, ୩୦ ଲକ୍ଷ ୩୦ ହଜାର ୨୨୨ଜଣ ମହିଳା ଏବଂ ୫୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର) ମତାଧିକାର ସାବସ୍ତ୍ୟ କରିବେ।

publive-image

ଏହି ସବୁ ଅଂଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ସେଥିପାଇଁ ଅଧିକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨୬ ଜଣ (୨୪ ଜଣ ପୁରୁଷ ଓ ୨ ଜଣ ମହିଳା)ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ଜାତୀୟ ସ୍ତରୀୟ ଦଳ ,୪ ଜଣ ରାଜ୍ୟ ସ୍ତରୀୟ ଦଳ ଏବଂ ୭ ଜଣ ଅନ୍ୟ ଦଳର ପ୍ରାର୍ଥୀ ହୋଇଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ।

ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ୨୮ଟି ବିଧାନସଭା ଆସନ ପାଇଁ ମୋଟ ୧୯୧ ଜଣ (୧୭୬ ଜଣ ପୁରୁଷ ଓ ୧୬ ଜଣ ମହିଳା) ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ଜଣ ଜାତୀୟ ସ୍ତରୀୟ ଦଳର ହୋଇଥିବା ବେଳେ ୨୮ ଜଣ ରାଜ୍ୟ ସ୍ତରୀୟ ଏବଂ ୩୮ ଜଣ ଅନ୍ୟ ଦଳର। ଏହାଛଡ଼ା ୪୬ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପୋଲିଂ ପାର୍ଟି ସଂପୃକ୍ତ ଭୋଟ ଗ୍ରହଣ କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe