ନୂଆଦିଲ୍ଲୀ: ନ୍ୟୁୟର୍କର ଏକ ଜର୍ମାନ ସେଫର୍ଡ ପ୍ରଜାତିର କୁକୁରର ମୃତ୍ୟୁ ଘଟିଛି। କୁକୁରଟି କରୋନା ଆକ୍ରାନ୍ତ ଥିବାରୁ ତାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। କୁକୁରକୁ କରୋନା ହେବା ଘଟଣା ପ୍ରଥମ ହୋଇଥିବା ବେଳେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଷ୍ଟାଟେନ୍ ଆଇଲ୍ୟାଣ୍ଡର ରୋବର୍ଟ ଏବଂ ଆଲିସନ୍ ମହୋନି ନ୍ୟାସନାଲ୍ ଜିଓଗ୍ରାଫିକକୁ କହିଛନ୍ତି ଯେ, ସେମାନଙ୍କ ୭ବର୍ଷର ଜର୍ମାନ ସେଫର୍ଡ କୁକୁରର ଏପ୍ରିଲ୍ ମଧ୍ୟଭାଗରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା। ରବର୍ଟ ଅନେକ ସପ୍ତାହ ଧରି କରୋନା ଆକ୍ରାନ୍ତ ହେବା ପରେ ପରେ ତାଙ୍କ କୁକୁର ବଡି କରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଥିବା ସେ କହିଛନ୍ତି। ଖବରଟି ଜୁନ ମାସରେ ଆସିଥିଲେ ମଧ୍ୟ ବଡିର ମାଲିକ ବିଷୟରେ କୌଣସି ତଥ୍ୟ ମିଳିପାରି ନଥିଲା। ଏବେ ତଥ୍ୟ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
The Spruce Petsବଡିର କରୋନା ସମସ୍ୟା ଥିବା ସହ ତାକୁ କର୍କଟ ରୋଗ ମଧ୍ୟ ହୋଇଥିଲା। ଏପ୍ରିଲରେ ବଡିର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବା ପରେ ତାର ସ୍ବାସ୍ଥ୍ୟାବସ୍ତାରେ ଅବନତି ଘଟିଥିଲା। ଏହା ପରେ ଜୁଲାଇ ୧୧ରେ ତା’ର ମୃତ୍ୟୁ ଘଟିଥିଲା। ତେବେ ବଡି କରୋନା ପାଇଁ କର୍କଟ ରୋଗ ପାଇଁ ମୃତ୍ୟୁବରଣ କରିଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।
Follow Us