ଫିଟନେସପାଇଁ ଏଭଳି କରିଲେ , ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି !

Advertisment
ଫିଟନେସପାଇଁ ଏଭଳି କରିଲେ , ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି !

photo-meenakshizumba.com

ସଂପ୍ରତି ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ନିଜର ଶରୀର ପ୍ରତି ଧ୍ୟାନ ଦେଉଛନ୍ତି। କିପରି ସୁସ୍ଥ ରହିବେ ସେ ପ୍ରସଙ୍ଗରେ ବି ଅଧିକ ସତର୍କ ରହୁଛନ୍ତି । ତେବେ ଆଜିକାଲି ମହିଳାମାନେ ନିଜର ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଯେଉଁ ମାନଙ୍କର ଓଜନ ଅଧିକ, ସେମାନେ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାଆନ୍ତି , କିଏ ଜିମ୍‌ ଯାଏ ତ କିଏ ଡାଏଟିଂ କରୁଛନ୍ତି । ହେଲେ ବେଳେବେଳେ ନିଜକୁ ଫିଟ୍‌ ରଖିବା ପାଇଁ ହେଉ ବା ନିଜକୁ ପତଳା କରିବା ଲାଗି ହେଉ ସେମାନେ ଅଧିକ ବ୍ୟାୟାମ ବା ଡାଏଟିଂ କରିଥାନ୍ତି। କିନ୍ତୁ ଏହା ଯେ ଘାତକ ସାବ୍ୟସ୍ତ ହୋଇପାରେ ସେ କଥା ଭୁଲିଯାଆନ୍ତି ସେମାନେ।

publive-image photo-healthyeaton.com

ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ମାତ୍ରାଧିକ ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ ।ଯେଉଁ ମହିଳାମାନେ ଡାଏଟିଂ କରି ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି ବା ନିଜକୁ ଫିଟ୍‌ ରଖିବାର ପ୍ରୟାସ କରନ୍ତି, ସେମାନଙ୍କଠାରେ କେତେକ ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ । ପ୍ରଥମତଃ ସେମାନଙ୍କର ହରମୋନ୍‌ ସନ୍ତୁଳନ ଖରାପ ଆଡକୁ ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତା ମଧ୍ୟ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ରୂପେ ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ ଉପୁଜିଥାଏ ।

publive-image photo-stylecraze.com

ଏଣୁ ଯେଉଁ ମହିଳାମାନେ ଡାଏଟିଂ କରୁଛନ୍ତି, ସେମାନେ ନିୟମିତ ରୂପେ ଆବଶ୍ୟକ ମାତ୍ରାରେ ଫ୍ୟାଟ୍‌ ଖାଇବା ଦରକାର । ତା’ଛଡ଼ା ୩୦ ବା ୪୦ ମିନିଟ୍‌ରୁ ଅଧିକ ସମୟ ବ୍ୟାୟାମ କରିବା ଅନୁଚିତ । ଯୋଗାଭ୍ୟାସ କରି ଓଜନ ହ୍ରାସ କରିବା ,ଡାଏଟିଂ ଅପେକ୍ଷା ଭଲ ବୋଲି ଅବଶ୍ୟ ଚିକିତ୍ସିକମାନେ ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe