ବୁଲିବାକୁ ଯାଇ ସପ୍ତଶଯ୍ୟା ପାହାଡ଼ରେ ୫ ଜଣ ଛାତ୍ର ନିଖୋଜ

Advertisment
ବୁଲିବାକୁ ଯାଇ ସପ୍ତଶଯ୍ୟା ପାହାଡ଼ରେ ୫ ଜଣ ଛାତ୍ର ନିଖୋଜ

ଢେଙ୍କାନାଳ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପାହାଡ଼ରେ ରବିବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବୁଲୁଥିବା ବେଳେ ୫ ଛାତ୍ର ବାଟବଣା ହୋଇଛନ୍ତି। ଫଳରେ ସେମାନେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରମାନେ ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ।

ସୂଚନା ଅନୁସାରେ ଆଜି ରବିବାର ଥିବାରୁ କଟକ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ ସପ୍ତଶର୍ଯ୍ୟା ବୁଲିବାକୁ ଆସିଥିଲେ। ସେମାନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇ ପାହାଡ ଉପରକୁ ଯାଇଥିଲେ। କିନ୍ତୁ ସେମାନେ ପାହାଡ଼ ଉପରେ ବାଟବଣା ହୋଇଯାଇଥିଲେ। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକଙ୍କର ଚିନ୍ତା ବଢ଼ିଥିଲା। ପରିବାର ଲୋକ ଏନେଇ ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ରାତି ହୋଇଯାଇଥିବାରୁ ପରିବାର ଲୋକଙ୍କର ଚିନ୍ତା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe