ସମ୍ବଲପୁର: ଡାକ୍ତର ଦମ୍ପତି ଦେଖାଇଛନ୍ତି ମହାନତା। ସାକ୍ଷୀପଡ଼ା ସମଲେଇପଦର ଅଂଚଳରେ ମାଗଣା ଆରୋଗ୍ୟ କ୍ଲିନିକ। ଭିମ୍ସାରରେ କାର୍ଯ୍ୟରତ ଡାକ୍ତର ସଂଜୀବ କୁମାର ମିଶ୍ର ଏବଂ ତାଙ୍କ ପତ୍ନୀ ଡାକ୍ତର ଗୀତାରାଣୀ ଚୌବେ ନିକଟସ୍ଥ ବସ୍ତିବାସିନ୍ଦାଙ୍କୁ ଏଣିକି ମାଗଣାରେ ଡାକ୍ତରୀ ପରାମର୍ଶ ଯୋଗାଇ ଦେବେ। ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି କ୍ଲିନିକ ଖୋଲା ରହିବ। ବରଗଡ଼ ସାଂସଦ ସୁରେଶ ପୂଜାରୀ ସ୍ଥାନୀୟ ବାସିନ୍ଦା ଦୁଇ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜୁଲିୟସ୍ ଲାକ୍ରା ଏବଂ ରଘୁନାଥ ମିଶ୍ର ଉପସ୍ଥିତିରେ ଏହାର ଉଦ୍ଘାଟନ କରିଥିଲେ।
ଏହି ଅଂଚଳରେ ବହୁ ଗରିବ ଆଦିବାସୀ ପରିବାର ବସବାସ କରିଥାନ୍ତି। ଅର୍ଥାଭବ ଯୋଗୁ ସେମାନେ ଉପଯୁକ୍ତ ଚିକିତ୍ସା ଅଭାବରୁ ବଂଚିତ ହେଉଛନ୍ତି। ତେଣୁ, ଭିମ୍ସାର୍ରୁ ଡ୍ୟୁଟି ସାରି ଘରକୁ ଫେରିବା ପରେ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ସେମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
Follow Us