କରୋନା ସଂକ୍ରମଣ ବୃଦ୍ଧି ‌ହେତୁ ରାଜ୍ୟରେ ପ୍ରତିବନ୍ଧକ ଜାରି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Advertisment
କରୋନା ସଂକ୍ରମଣ ବୃଦ୍ଧି ‌ହେତୁ ରାଜ୍ୟରେ ପ୍ରତିବନ୍ଧକ ଜାରି କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

www.indiatoday.in

ଅମୃତସର: ମହାମାରୀ କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ କଟକଣା ଜାରି କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆସନ୍ତାକାଲିଠାରୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିବା ସହ ସିନେମା ହଲ୍‌ ଓ ମଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

କେବଳ ମେଡିକାଲ୍‌ ଓ ନର୍ସିଂ କଲେଜ୍‌କୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ୍‌ ରହିବ ବୋଲି ସୂଚନା ରହିଛି। ସେହିପରି ସିନେମା ହଲ୍‌ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ। ଗୋଟାଏ ମଲ୍‌ରେ ଏକା ଥରରେ ୧୦୦ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି ଘୋଷଣା ହୋଇଛି।

ମୁଖ୍ୟମନ୍ତ୍ରୀ ସମସ୍ତ ଲୋକଙ୍କୁ ଅତି କମ୍‌ରେ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଯଥାସମ୍ଭବ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି।ସେ ଆହୁରି ବି କହିଛନ୍ତି କି କାହା ଘରକୁ ଗଲା ବେଳେ ୧୦ରୁ ଅଧିକ ଲୋକ ଯାଆନ୍ତୁ ନାହିଁ।

ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବି ଘୋଷଣା ହୋଇଛି। ସିନେମା, ମଲ୍ଟିପ୍ଲେକ୍ସ, ରେଷ୍ଟୁରାଣ୍ଟ, ମଲ୍ ଇତ୍ୟାଦି ରବିବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଲୁଧିଆନା, ଜଳନ୍ଧର, ପଟିଆଲା, ମୋହଲି, ଅମୃତସର, ହୋସିଆରପୁର, କପୁରଥାଲା, ଏସବିଏସ୍ ନଗର, ଫତେହଗଡ ସାହିବ, ରୋପର ଏବଂ ମୋଗା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe