କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୧୦ଦିନ ମଧ୍ୟରେ କମିପାରେ ପେଟ୍ରୋଲ-ଡିଜେଲ ଦର

Advertisment
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୧୦ଦିନ ମଧ୍ୟରେ କମିପାରେ ପେଟ୍ରୋଲ-ଡିଜେଲ ଦର

www.aajtak.in

ନୂଆଦିଲ୍ଲୀ: ୧୦ଦିନ ମଧ୍ୟରେ କମିପାରେ ପେଟ୍ରୋଲ-ଡିଜେଲ ଦର। ପେଟ୍ରୋଲ-ଡିଜେଲ ଏବଂ ଅନ୍ୟାନ୍ୟ ଇନ୍ଧନର ମୂଲ୍ୟକୁ କମ କରିବା ପାଇଁ ଭାରତ, ଜାପାନ ଏବଂ ଆମେରିକା ସହିତ ମିଶି ଏକ ନିଆରା ରାସ୍ତା ଆପଣାଇବାକୁ ପ୍ରସ୍ତୁତ ହୋଇଛି। ଭାରତ, ଜାପାନ ଏବଂ ଆମେରିକା ଜରୁରୀକାଳୀନ ଭଣ୍ଡାରରୁ ଅଶୋଧିତ ତୈଳ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାର ଜରୁରୀକାଳୀନ ଭଣ୍ଡାରରୁ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୭ ରୁ ୧୦ଦିନ ମଧ୍ୟରେ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରାଯାଇପାରେ ବୋଲି ଆଶା କରାଯାଉଛି। ଏହି ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ଘୋଷଣା କରିବେ ବୋଲି ଜଣାପଡ଼ିଛି।

Petrol prices india www.indiatoday.in

ସୂଚନା ଅନୁଯାୟୀ, ଭାରତ ନିକଟ ପୂର୍ବ ଏବଂ ପଶ୍ଚିମ ଉପକୂଳରେ ତିନୋଟି ସ୍ଥାନରେ ନିର୍ମିତ ଭୂତଳ ଗୁମ୍ଫାରେ ୩.୮କୋଟି ବ୍ୟାରେଲ ଅଶୋଧିତ ତୈଳକୁ ଗଚ୍ଛିତ କରି ରଖାଯାଇଛି। ସେଥିରୁ ପ୍ରାୟ ୫୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ବାହାର କରାଯିବ। ଏହା ପରେ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋ-କେମିକାଲ୍ସ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ ଲିମିଟେଡ୍ (ଏଚପିସିଏଲ) ମାଧ୍ୟମରେ ଏହି ତୈଳ ବିକ୍ରି ଆରମ୍ଭ ହେବ। ଏହି ଅଶୋଧିତ ତୈଳ ଆସିବା ଦ୍ବାରା ବଜାରରେ ପେଟ୍ରୋଲ-ଡିଜେଲ ଦାମ କମିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe