ଏବେ ନେବାକୁ ପଡିବ ନାହିଁ ସ୍ୱାବ ନମୁନା, କୁଳୁକୁଞ୍ଚା ପାଣିରେ ହୋଇପାରିବ କରୋନା ପରୀକ୍ଷା

Advertisment
ଏବେ ନେବାକୁ ପଡିବ ନାହିଁ ସ୍ୱାବ ନମୁନା, କୁଳୁକୁଞ୍ଚା ପାଣିରେ ହୋଇପାରିବ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ -୧୯ ପରୀକ୍ଷା ପାଇଁ ଏକ ସହଜ ତଥା ସର୍ବୋତ୍ତମ ଉପାୟ ବାହାର କରିଛି । ଏହି ନୂଆ ଉପାୟ ଦ୍ୱାରା ନମୁନା ସଂଗ୍ରହ ପାଇଁ ସମୟ ନ ଲାଗିବା ସହ ଫଳାଫଳ ମଧ୍ୟ ଶୀଘ୍ର ଆସିବ | ନୂଆ ଉପାୟଟି ହେଉଛି, କରୋନା ପରୀକ୍ଷା ପାଇଁ ଲୋକଙ୍କ ସ୍ୱାବ ନମୁନା ନ ନେଇ ସେମାନଙ୍କ କୁଳୁକୁଞ୍ଚା ପାଣି ନିଆଯାଇପାରିବ | ଏହା ଦ୍ୱାରା ସମୟ କମ ଲାଗିବା ସହ ଲୋକଙ୍କ ପାଇଁ ଏହି ଉପାୟ ସହଜ ହେବ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି |

ନାକରୁ ଏକ ସ୍ୱାବ କିମ୍ବା ପାଟି ଲାଳର ନମୁନା ନେବା ପରିବର୍ତ୍ତେ, କୁଳୁକୁଞ୍ଚା ପାଣି ଏକ ସହଜ ନମୁନା ହେବ | ଏହି ଦ୍ୱାରା ନମୁନା ସଂଗ୍ରହ ସହଜ ହେବ, ଫଳାଫଳ ଶୀଘ୍ର ଆସିବ ଏବଂ ତାଲିମ ପ୍ରାପ୍ତ ଡାକ୍ତରମାନଙ୍କୁ ନମୁନା ସଂଗ୍ରହରୁ ବାହାର କରି ଅନ୍ୟତ୍ର କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି |

स्वैब की जगह गरारा किए हुए पानी से भी हो सकता है कोरोना टेस्टः ICMR aajtak.intoday.in

ଆଇସିଏମଆର ଅଧ୍ୟୟନ ଅନୁଯାୟୀ, କୁଳୁକୁଞ୍ଚା ପାଣିର ନମୁନା ସଂଗ୍ରହ ଦ୍ୱାରା କରୋନା ପରୀକ୍ଷା ପାଇଁ ହେଉଥିବା ଖର୍ଚ୍ଚ ହ୍ରାସ ହେବ। ଅଧିକ ସୁରକ୍ଷା ଆବଶ୍ୟକ ନ ହେବା ସହ ନାକରୁ ଏକ ସ୍ବାବ୍ ନେବା ପାଇଁ ଏକ ଟେଷ୍ଟ କିଟ୍ ର ଆବଶ୍ୟକତା ହେବ ନାହିଁ | ଏହି ଅଧ୍ୟୟନ କରିଥିବା ଡାକ୍ତରମାନେ ଏମ୍ସ ମେଡିସିନ୍, ଆନାସ୍ଥେସିଆ ଏବଂ କ୍ରିଟିକାଲ୍ କେୟାର ମେଡିସିନ୍ ରେ କାର୍ଯ୍ୟ କରନ୍ତି | ଏହି ଡାକ୍ତରମାନଙ୍କ ନାମ ହେଉଛି - ଡାକ୍ତର ନବନୀତ୍ ୱିଗ୍, ଡାକ୍ତର ମନୀଷ ସୋନେଜା, ଡାକ୍ତର ନୀରଜ ନିଶ୍ଚଳ, ଡାକ୍ତର ଅଙ୍କିତ ମିତ୍ତଲ, ଡାକ୍ତର ଅଞ୍ଜାନ ତ୍ରିଖା ଏବଂ ଡାକ୍ତର କପିଲ ଦେବ ସୋନି। ଏହି ଅଧ୍ୟୟନ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ନାକରୁ ସ୍ୱାବ ବାହାର କରିବା ଏକ କଷ୍ଟକର କାର୍ଯ୍ୟ। ଏଥିପାଇଁ ଅନେକ ତାଲିମ ଆବଶ୍ୟକ | କିନ୍ତୁ କୁଳୁକୁଞ୍ଚା ପାଣିର ନମୁନା ନେବା ଏକ ଭଲ ବିକଳ୍ପ ହୋଇପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe