ଏସିଆ କପ୍ ଲାଗି ଲକ୍ଷ୍ମଣ ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ

Advertisment
ଏସିଆ କପ୍ ଲାଗି ଲକ୍ଷ୍ମଣ ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ

ଦୁବାଇ, ୨୪ା୮: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଦୁବାଇରେ ଡେରା ପକାଇଥିବା ଭାରତୀୟ ଦଳ ସହ ଯୋଗଦେଇଛନ୍ତି ସଙ୍କଟମୋଚକ ଭିଭିଏସ୍ ଲକ୍ଷ୍ମଣ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସହ ପ୍ରଶିକ୍ଷକ ଭାବେ ଜିମ୍ବାୱେ ଗସ୍ତ କରିଥିବା ଲକ୍ଷ୍ମଣ ସ୍ବଦେଶ ନଫେରି ଦୁବାଇରେ ରୋହିତ ସେନା ସହ ଯୋଗଦେଇଛନ୍ତି। ବିସିସିଆଇ ତାଙ୍କୁ ଏସିଆ କପ୍ ଲାଗି ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ ନିଯୁକ୍ତ କରିଛି। ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ହିଁ ଭାରତ ଖେଳିବ।

ନିୟମିତ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ କୋଭିଡ୍ ପଜିଟିଭ୍ ହେବା ପରେ ଲକ୍ଷ୍ମଣ ଔପଚାରିକ ଭାବେ ଏସିଆ କପ୍‌ରେ ଭାରତର ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିବେ। ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମିର ମୁଖ୍ୟ ଥିବା ଲକ୍ଷ୍ମଣଙ୍କୁ ଆନୁଷ୍ଠାନିକ ଭାବେ ବିସିସିଆଇ ଏହି ପ୍ରତିଯୋଗିତା ଲାଗି ଭାରତର ପ୍ରଶିକ୍ଷକ ଘୋଷଣା କରିଛି। ଦ୍ରାବିଡ଼ଙ୍କ ସ୍ବା‌ସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ସୁଧୁରୁ ଥିବାରୁ କେବଳ କିଛି ମ୍ୟାଚ୍ ଲାଗି ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି। ଏସିଆ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe