୧୭ ବର୍ଷୀୟ ବାଳିକାଙ୍କ ସହ ଦୁଷ୍କର୍ମ କରି ଗୋଆ ପୁଲିସ ଓ ନାବାଳକ ଗିରଫ

Advertisment
ଥାନାରେ ଭ୍ରୂଣ ଧରି ପହଞ୍ଚିଲେ ଦୁଷ୍କର୍ମ ପୀଡ଼ିତା

ପଣଜୀ: ଜଣେ ୧୭ ବର୍ଷୀୟ ବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୁଲିସ କନେଷ୍ଟବଳ ଏବଂ ଜଣେ ନାବାଳକଙ୍କୁ ରବିବାର ଦିନ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ଭାସ୍କୋ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ଅଫିସ୍‌ର କନେଷ୍ଟବଳ ସିଦ୍ଧାର୍ଥ ଗୋସାଓ୍ଵିଙ୍କୁ ପଣଜୀ ଠାରୁ ୩୦ କିଲୋମିଟର ଦୂର ପୋଣ୍ଡା ସହରରେ ଜଣେ ୧୭ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଗୁରୁବାର ରାତିରେ ଘଟନାଟି ଘଟିଛି। ପୀଡ଼ିତାଙ୍କୁ ଘରେ ଛାଡ଼ି ଦେବାକୁ କହି କନେଷ୍ଟବଳ ତାଙ୍କୁ ପୋଣ୍ଡା ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପର ଦିନ ସକାଳେ ଝିଅଟିକୁ ନେଇ ଘରେ ଛାଡ଼ି ଦିଆଯାଇଥିଲା।

ପୀଡ଼ିତାଙ୍କ ମାଆ ଅଭିଯୋଗ କରିବା ପରେ ଗୋସାଓ୍ଵିଙ୍କୁ ଗିରଫ କରା ଯାଇଛି।

ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ନା ବାଳକ ମଧ୍ୟ ତାଙ୍କ ସହ ଗତ ମାସରେ ଦୈହିକ ଅସଦାଚରଣ କରିଥିଲା।

ସେ ନାବାଳକଙ୍କୁ ଗିରଫ କରାଯାଇ ରିମାଣ୍ଡ୍‌ ହୋମ୍‌କୁ ପଠାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଘଟଣା ବିଷୟରେ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe