ରାତିରେ ଭଲ ନିଦ ଚାହୁଁଥିଲେ , ଶୋଇବା ପୂର୍ବରୁ ଏସବୁ ପିଅନ୍ତୁ ନାହିଁ

ରାତିରେ ଭଲ ନିଦ ଚାହୁଁଥିଲେ , ଶୋଇବା ପୂର୍ବରୁ ଏସବୁ ପିଅନ୍ତୁ ନାହିଁ

photo--dailymail.co.uk

ଆଜିକାଲି ଅଧିକାଂଶ ଲୋକ କାର୍ଯ୍ୟ ଚାପ ,ମାନସିକ ଅଶାନ୍ତି,ଅର୍ଥାଭାବ ବା ପିଲାମାନଙ୍କର ସମସ୍ୟାକୁ ନେଇ ଅନିଦ୍ରାର ଶିକାର ହେଉଛନ୍ତି।ନିଦ କମିଗଲେ,ଓଜନ ବଢ଼ିଥାଏ,ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଥାଏ ଓ ହୃଦ୍‌ରୋଗ ହେବାର ଆଶଙ୍କା ଦେଖା ଯାଇଥାଏ। ତେବେ ଆପଣ କ’ଣ ଜାଣନ୍ତି ଯେ,କେବଳ ମାନସିକ ଚାପ ନୁହେଁ ବରଂ ଖାଦ୍ୟ ପାନୀୟର ବି ଏଥିରେ ନିର୍ଦ୍ଦିଷ୍ଟ ଭୂମିକା ରହୁଛି।
ତେବେ ଆସନ୍ତୁ ଜାଣିବା,ଭଲ ନିଦ ଚାହୁଁଥିଲେ କ’ଣ ସବୁ ପିଇବେ ନାହିଁ....।

ପ୍ରଥମ କଥା ହେଲା ଶୋଇବା ପୂର୍ବରୁ କଦାଚିତ୍‌ ମଦ୍ୟପାନ କରନ୍ତୁ ନାହିଁ।କାରଣ ମଦ ସହଜରେ ହଜମ ହୋଇ ନଥାଏ। ଖାଲି ସେତିକି ନୁହେଁ,ମଦ ପିଇ ଶୋଇଲେ ରାତିରେ ଅନେକ ଥର ନିଦ ଭାଙ୍ଗିଯାଏ।ତା’ଛଡ଼ା ମଦ୍ୟପାନ କରିବାପରେ ଶୋଇବାକୁ ଯାଉଥିବା ଲୋକେ ଘୁଙ୍ଗୁଡ଼ି ମାରନ୍ତି।

publive-image photo-express.co_.uk_

ଠିକ୍‌ ସେହିପରି ଶୋଇବା ପୂର୍ବରୁ ଚା’ ବା କଫି ଆଦି ମଧ୍ୟ ସେବନ କରିବା ଅନୁଚିତ,କାରଣ ଏଥିରେ କଫିନ୍‌ ର ମାତ୍ରା ଅଧିକ।ଏହାର ପ୍ରଭାବ ୩ରୁ ୪ ଘଣ୍ଟା ଯାଏଁ ରହିଥାଏ।ଏଣୁ ସହଜରେ ନିଦ ଆସେ ନାହିଁ।ଅଥବା ଆପଣ ସୁନିଦ୍ରା ଯାଇପାରିବେ ନାହିଁ।

ରାତିରେ ଶୋଇବା ଆଗରୁ ଅନେକ ଲୋକ ପ୍ରଚୁର ପାଣି ପିଇଥାନ୍ତି,କାରଣ ସେମାନେ ଭାବିଥାନ୍ତି ଯେ ଏହା ବାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ହେଲେ ଏହା ଠିକ୍‌ ନୁହେଁ। ବରଂ ରାତିରେ ଶୋଇବା ଆଗରୁ ଅଧିକ ପାଣି ପିଅନ୍ତୁ ନାହିଁ। ମନେ ରଖନ୍ତୁ ଏହାଦ୍ୱାରା ରାତିରେ ଏକାଧିକ ବାର ପରିସ୍ରା ଲାଗିବ ଏବଂ ନିଦ ଭାଙ୍ଗିବ । ଏହା ସୁନିଦ୍ରାରେ ବି ବ୍ୟାଘାତ ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe