ଆଭ୍ୟନ୍ତରୀଣ ବଜାର ଗତିବିଧି ତ୍ବରାନ୍ବିତ କରିବାକୁ ସରକାର ହ୍ରାସ କରିପାରନ୍ତି ଆୟକର ହାର

Advertisment
୨୦୧୪ ପରେ ମୁଣ୍ଡପିଛା ଆୟ ଦ୍ବିଗୁଣିତ, ୯ ବର୍ଷରେ କେତେ ବଢ଼ିଛି?

India Tv

ନୂଆଦିଲ୍ଲୀ: କର୍ପୋରେଟ୍ ଟିକସକୁ ୩୦%ରୁ କମାଇ ୨୨% କରିଥିବା କେନ୍ଦ୍ର ସରକାର ଏବେ ଆୟକର ହାରକୁ କମ୍ କରିବା ଉପରେ ବିଚାର କରୁଛନ୍ତି। ଆୟକର ହାର କରି ସରକାର ଲୋକମାନଙ୍କୁ ଦୀପାବଳି ଉପହାର ଦେବାକୁ ଚାହୁଛନ୍ତି। ଆୟକର ହାର କମିଲେ ଲୋକମାନଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ ବିଭିନ୍ନ କାମରେ ଖର୍ଚ କରିବେ। ସେହି ଟଙ୍କାକୁ ବଜାରକୁ ଫେରିଲେ ଅର୍ଥନୀତିର ଗତି ତ୍ବରାନ୍ବିତ ହେବ ଏବଂ ୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ଅଭିବୃଦ୍ଧି ହାର ବଢ଼ିବ ବୋଲି ସରକାର ଭାବୁଛନ୍ତି।

ଆୟକର ହାର କମିଲେ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଖରେ ଅଧିକ ଟଙ୍କା ରହିବ। ବର୍ତ୍ତମାନ ପ୍ରଚଳନରେ ଥିବା ଆୟକର ନିୟମ ଅନୁସାରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ଟିକସମୁକ୍ତ କରାଯାଇଛି। ଅଢ଼େଇରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫%, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦% ଟିକସ ଆଦାୟ କରାଯାଉଛି। ଏହା ବାଦ ବିଭିନ୍ନ ପ୍ରକାର ସେସ୍ ଓ ସର୍‌ଚାର୍ଜ ରହିଛି। ଦୀପାବଳି ଭେଟି ସ୍ବରୂପ ସେହି ସେସ୍ ଓ ସର୍‌ଚାର୍ଜଗୁଡ଼ିକୁ ପ୍ରତ୍ୟାହାର କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe