ସରକାରୀ ଅର୍ଥ ହଡ଼ପ ମାମଲା: ପୂର୍ବତନ ସରପଞ୍ଚ, ପିଇଓଙ୍କୁ ୪ ବର୍ଷ ଜେଲ୍‌

Advertisment
ସରକାରୀ ଅର୍ଥ ହଡ଼ପ ମାମଲା: ପୂର୍ବତନ ସରପଞ୍ଚ, ପିଇଓଙ୍କୁ ୪ ବର୍ଷ ଜେଲ୍‌

ସୁନ୍ଦରଗଡ଼: ସରକାରୀ ଅର୍ଥ ହଡ଼ପ ମାମଲାରେ ସୋମବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହେମଗିର ବ୍ଲକ୍‌ କେନ୍ଦୁଡ଼ିହିର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୁର୍ଯୋଧନ ଘାସି (୬୧) ଓ ପୂର୍ବତନ ସରପଞ୍ଚ ଶଙ୍କର କିସାନ (୫୧)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ଦେଢ଼ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ୍‌ ଓ ୫୦ ହଜାର ଜରିମାନା ଦେଲେ ଅତିରିକ୍ତ ୩ ମାସ ଜେଲ୍‌ଦଣ୍ଡ ପାଇଁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁସାରେ, ୨୦୦୯ରେ ଦ୍ବାଦଶ ଅର୍ଥ କମିସନ ପ୍ରଦତ୍ତ ଅନୁଦାନରୁ କାଗଜପତ୍ରରେ କେନ୍ଦୁଡ଼ିହି ପଞ୍ଚାୟତ ବାଦିବାହାଲର ପକ୍କାରାସ୍ତା ନିର୍ମାଣ ଦେଖାଇ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଘାସି ଓ ସରପଞ୍ଚ ଶ୍ରୀ କିସାନ ୧,୯୪,୨୦୦ ଟଙ୍କା ହଡ଼ପ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ କରି ୨୦୦୯ ଜୁନ ୨୯ରେ ଉଭୟଙ୍କ ନାମରେ ମାମଲା ରୁଜୁ କରିଥି‌ଲା। ତତ୍କାଳୀନ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସ୍‌ପି ରାଧାକୃଷ୍ଣ କାନୁନଗୋଙ୍କ ନେତୃତ୍ବରେ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। କୋର୍ଟ ରିପୋର୍ଟ ଓ ତଥ୍ୟକୁ ଆଧାର କରି ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରୁଥିଲେ। ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଘାସିଙ୍କ ଘର ସଦର ବ୍ଲକ୍‌ ଲଙ୍କାହୁଡ଼ା ଓ ପୂର୍ବତନ ସରପଞ୍ଚଙ୍କ ଘର ହେମଗିର ବ୍ଲକ୍‌ କେନ୍ଦୁଡ଼ିହିରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe