ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ପଶ୍ଚିମ ଓଡ଼ିଶାର ଅନ୍ୟ କୌଣସି ସ୍ଥାନ ପାଇଁ କଳାହାଣ୍ଡିର ଓକିଲଙ୍କ ସମର୍ଥନ ନାହିଁ 

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଭବାନୀପାଟଣା: କେନ୍ଦ୍ର ସରକାର ଜଷ୍ଟିସ ଯଶୱନ୍ତ ସିଂ କମିଶନ ଜରିଆରେ ହାଇକୋର୍ଟ ବେଞ୍ଚ ମାନଦଣ୍ଡ ପ୍ରସ୍ତୁତ ପାଇଁ ନିମନ୍ତେ ନିଯୁକ୍ତ କରିଥିଲେ । ଏହି କମିଶନ ଦେଇଥିବା ରିପୋର୍ଟ ଅନୁଯାଇ କଳାହାଣ୍ଡି ଜିଲ୍ଲା ହିଁ ପ୍ରକୃଷ୍ଠ ସ୍ଥାନ ବୋଲି କଳାହାଣ୍ଡି  ହାଇକୋର୍ଟ ବେଞ୍ଚ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶି କରିଛନ୍ତି ।  କେନ୍ଦ୍ର ସରକାରଙ୍କ ଜଷ୍ଟିସ ଯଶୱନ୍ତ ସିଂଙ୍କ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ହାଇକୋର୍ଟରୁ ସେହି ଅଞ୍ଚଳକୁ ଯାତାୟାତ ପାଇଁ ୧୦ରୁ ୧୨ ଘଣ୍ଟା  ସମୟ ଲାଗୁଥିବ, ପାର୍ବତ୍ୟ ଅଞ୍ଚଳ ହୋଇଥିବ, ଏସସିଏସଟି ସଂଖ୍ୟା ଠିକ ଥିବ, ବେଞ୍ଚ ପାଇଁ ନିଜସ୍ବ କୋଠା ଥିବ, ବେଞ୍ଚହେବାକୁ ଥିବା ସହରରେ ଶିକ୍ଷା ବ୍ୟବସ୍ଥା ଠିକ ଥିବା ଭଳି ସମସ୍ତ ଗାଇଡଲାଇନକୁ କଳାହାଣ୍ଡି ଜିଲ୍ଲା ପୁରଣ କରୁଛି ।
ସେହିଭଳି ରାଜ୍ୟ ସରକାରଙ୍କ ପାଲ କମିଶନଙ୍କ ରିପୋର୍ଟ ଅନୁଯାୟୀ ଏହାହିଁ ପ୍ରକୃଷ୍ଠ ସ୍ଥାନ ବୋଲି ଦାଦି ହୋଇ ଆସୁଥିଲେ ମଧ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।  ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲା କେବିକେର ପ୍ରାଣକେନ୍ଦ୍ର ଅଟେ । ୧୯୯୨ ମସିହାରେ ପୂର୍ବ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ କେବିକେ ଯୋଜନା କାର୍ଯ୍ୟକାରୀ ହୋଇଥିଲା  ଓ କଳାହାଣ୍ଡିକୁ କେନ୍ଦ୍ର ସରକାର ସାମ୍ବିଧାନିକ ପଛୁଆ ଅଞ୍ଚଳ ବୋଲି ‌ଘୋଷଣା କରିଥିଲେ । ଜଳବାୟୁ ଦୃଷ୍ଟିରୁ ଏହା ଦକ୍ଷିଣ ଓଡିଶାରେ ଯାଉଥିବା ବେଳେ ପ୍ରଶାସନିକ ଦୃଷ୍ଟିରୁ ବ୍ରହ୍ମପୁର ଠାରେ ଆରଡିସି ଅଫିସ ଅଛି ।
ପଶ୍ଚିମ ଓଡିଶା ସହିତ  କଳାହାଣ୍ଡି ଜିଲ୍ଲାର ପ୍ରଶାସନିକ କିମ୍ବା ଜଳବାୟୁ କେନ୍ଦ୍ର ସରକାର ଏହି ଅଂଚଳର ବିକାଶ ପାଇଁ ସବୁବେଳେ କଳାହାଣ୍ଡି ଜିଲ୍ଲାକୁ ବିକାଶର ଏକ ପ୍ରୟୋଗଶାଳା ଭାବରେ ପରୀକ୍ଷା ନିରୀକ୍ଷା କରିଆସିଛନ୍ତି । ଏହି ଅଂଚଳରୁ କଟକକୁ ହାଇକୋର୍ଟ କାମରେ ଯାଇ ଲୋକେ ନ୍ୟାୟ ପାଇବାପାଇଁ ଖର୍ଚ୍ଚାନ୍ତ ଓ କଷ୍ଟସାଧ୍ୟ ହୋଇପଡୁଛି । ଯଦି ସରକାରଙ୍କ କେବିକେ ଓ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ଆନ୍ତରିକତା ଥାଏ ତାହେଲେ କଳାହାଣ୍ଡି ହିଁ ପ୍ରକୃଷ୍ଟ ସ୍ଥାନ ଯେଉଁଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରାଯିବା ଉଚିତ ।
ଗତ ୨୦୧୩ ମସିହାରେ ଭବାନୀପାଟଣା ପୌର ନିର୍ବାଚନକୁ ବିରୋଧ କରି ଧାରଣା ଦିଆଯାଇଥିଲା । ୬ମାସ ବ୍ୟାପୀ ଏହି ଧାରଣା ଜାରି ରହିଥିଲା । ପୂର୍ବ ପୁଲିସ ଏସପି ସାର୍ଥକ ଷଡଙ୍ଗୀ ଏହି ସମୟରେ ୨୫ଜଣ ଆଇନଜୀବିଙ୍କ ବିରୋଧରେ ଦେଶଦ୍ରୋହୀ ମାମଲା ରୁଜୁ କରିଥିଲେ । ଏହି ମସୟରେ ହାଇକୋର୍ଟର ମୁଖ୍ୟବିଚାରପତି ଓ ପାଲ କମିଶନଙ୍କୁ ଭେଟି ଦାବୀପତ୍ର ଦିଆଯାଇଥିଲା । ସେହିଦିନ ଠାରୁ ପ୍ରତିମାସର ଶେଷ ସୋମବାର ଦିନ ପ୍ରତୀକ ପ୍ରତିବାଦ ନେଇ ସମସ୍ତକୋର୍ଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିଦିନ ଠାରୁ ମାସର ଶେଷ ସୋମବାର ଦିନ କୋର୍ଟ ବର୍ଜନ ଚାଲି ଆସୁଛି । ତେଣୁ ସମସ୍ତ ଗାଇଡ ଲାଇନକୁ ଅନୁଧ୍ୟାନ କଲେ  କଳାହାଣ୍ଡି ଜିଲ୍ଲା ହିଁ ପ୍ରକୃଷ୍ଠ ସ୍ଥାନ ଅଟେ । ଏଥି ଯୋଗୁଁ କଳାହାଣ୍ଡି ହାଇକୋର୍ଟ ବେଞ୍ଚ କ୍ରିୟାନୁଷ୍ଠାନ କିମିଟି ପକ୍ଷରୁ ଆନ୍ଦୋଳନଜାରି ରହିଛି । ବର୍ତ୍ତମାନ କୋଭିଡ ଯୋଗୁଁ ଆନ୍ଦୋଳନ ସାମୁୟିକ ଭାବରେ ସ୍ଥଗିତ ରହିଛି ।
କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ପୁର୍ନବାର ଆନ୍ଦୋଳନ ଜାରି ରହିବ ବୋଲି କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ପ୍ରକାଶ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପାଇଁ ଟାଳଟୁଳ ନୀତି ଅବଲମ୍ବନ କରି କେବଳ ରାଜନୀତି ଚାଲିଛି ତେଣୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଳ ଶିବଲ ଓ ବର୍ତ୍ତମାନ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଚିଠିରେ କୌଣସି ଫରକ ନଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ପଶ୍ଚିମ ଓଡିଶାର କଳାହାଣ୍ଡିର ଜିଲ୍ଲାରେ ହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସଙ୍ଘ ଦାବୀ କରୁଛି ବୋଲି ପ୍ରକାଶ କରିଛନ୍ତି ।

ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ପାଳ କମିଶନଙ୍କ ରିପୋର୍ଟ ଗତ ୫ ବର୍ଷ ତଳେ  ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହି ରିପୋର୍ଟ କୁ ବିଧାନସଭା ରେ ଉପସ୍ଥାପନ କରିନାହାନ୍ତି । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକ ମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି । ଏଥି ପାଇଁ ନେତୃ ମଣ୍ଡଳୀ ମଧ୍ୟ ବିଧାନସଭା ରେ କୌଣସି ପ୍ରଶ୍ନ କରୁନାହାନ୍ତି । ଭବିଷ୍ୟତରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ବିଭିନ୍ନ ଜିଲ୍ଲାର ସ୍ୱାର୍ଥ କୁ ଆଳ କରି ପଶ୍ଚିମ ଓଡ଼ିଶାର ଭାବାବେଗ ସହିତ ଖେଳୁଛନ୍ତି ।

-ବରିଷ୍ଠ ଆଇନଜୀବୀ ଦୈତାରି ପ୍ରଧାନ, ଭବାନୀପାଟଣା

ଉଭୟ କେନ୍ଦ୍ର  ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ହାଇକୋର୍ଟ ବାର ଏସୋସିଏସନ ମଧ୍ୟ ଅନ୍ୟ ଏକ ବେଞ୍ଚ ସ୍ଥାପନ ପାଇଁ ଚାହୁଁ ନଥିବା ଯୋଗୁଁ ଏନେଇ ପ୍ରତିବନ୍ଧକ ସୃଷ୍ଟି କରିଛି । ଫଳରେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ। ମରୀଚିକା ପାଲଟିଛି । କେନ୍ଦ୍ରମନ୍ତ୍ରୀ ମାନଙ୍କ ଚିଠିରେ କୌଣସି ଫରକ ଦେଖାଯାଉନାହିଁ । ତେଣୁ କୋଭିଡ ପରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ
-ବଟକୃଷ୍ଣ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ, ଜିଲ୍ଲା ଓକିଲ ସଂଘ, ଭବାନୀପାଟଣା 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe