ସୃଷ୍ଟି କଲେ ଉଦାହରଣ: ଚର୍ଚ୍ଚର ମରାମତି ପାଇଁ ୫ ଲକ୍ଷ ଟଙ୍କା ଦାନ କଲେ ହିନ୍ଦୁ ଯୁବକ

Advertisment
ସୃଷ୍ଟି କଲେ ଉଦାହରଣ: ଚର୍ଚ୍ଚର ମରାମତି ପାଇଁ ୫ ଲକ୍ଷ ଟଙ୍କା ଦାନ କଲେ ହିନ୍ଦୁ ଯୁବକ

indiatimes.com

ହାଇଦ୍ରାବାଦ: ବେଳେ ବେଳେ ବିଭିନ୍ନ ଧର୍ମର ଲୋକେ ପରସ୍ପରକୁ ସାହାଯ୍ୟ କରୁଥିବାର ଦୃଶ୍ୟ ଆଖି ଆଗକୁ ଆସିଥାଏ। ଏବେ ବି ଧର୍ମକୁ ନେଇ ବିବାଦ ଦେଖା ଦେଉଥିଲେ ମଧ୍ୟ କିଛି ଲୋକ ସବୁ ଧର୍ମକୁ ସମ୍ମାନ ଦେବା ସହ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ଯାହାର ଏକ ଜ୍ବଳନ୍ତ ଉଦାହରଣ ତେଲେଙ୍ଗାନାର ସିକନ୍ଦରାବାଦରେ ଦେଖିବାକୁ ମିଳିଛି। ଏକ ଚର୍ଚ୍ଚର ମରାମତି କାମ ପାଇଁ ଜଣେ ହିନ୍ଦୁ ଯୁବକ ୫ଲକ୍ଷ ଟଙ୍କା ଦେବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ନାଁ ମୁଥିୟାଲା ଦିନେଶ କୁମାର ବୋଲି ଜଣା ପଡ଼ିଥିବା ବେଳେ ସେ ସରୋଜିନୀ ଦେବୀ ରୋଡରେ ଥିବା ସେଣ୍ଟ ମେରୀର ବେଶିଲିକା ଚର୍ଚ୍ଚକୁ ୫ଲକ୍ଷ ଟଙ୍କା ଦାନ କରିଛନ୍ତି।

ଦିନେଶ ଆମେରିକାରେ ଚାକିରି ପାଇଲେ ୧୮୦ବର୍ଷ ପୁରୁଣା ଏହି ଚର୍ଚ୍ଚର ମରାମତି କାମ ପାଇଁ ନିଜର ପ୍ରଥମ ଦରମା ଦାନ କରିବେ ବୋଲି କହିଥିବା ବେଳେ ଏବେ ସେ ନିଜ କଥା ରଖିଛନ୍ତି। ଦିନେଶଙ୍କ ଭାଇ ଏମ୍ ପ୍ରଭୁଙ୍କ କହିବା ମୁତାବକ, ୨୦୧୨ରେ ମୋ ବାପାଙ୍କର ହୃଦଘାତ ହେବାରୁ ତାଙ୍କର ସୁସ୍ଥ ହେବା ନେଇ ଆମେ ପ୍ରାର୍ଥନା କରିବାକୁ ବାହାରିଥିଲୁ। କିନ୍ତୁ ସେ ସମୟରେ କୌଣସି ମନ୍ଦିର ଖୋଲା ନ ଥିଲା। ଯାହା ପରେ ଆମେ ସେଣ୍ଟ ମେରୀର ବେଶିଲିକା ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଥିଲୁ। ଏହାର ତୁରନ୍ତ ପରେ ଆମ ବାପା ସୁସ୍ଥ ହୋଇଥିଲେ। ସେହି ଦିନଠାରୁ ଆମ ପୂରା ପରିବାର ସେଣ୍ଟ ମେରୀଙ୍କ ଉପରେ ବିଶ୍ବାସ କରିବା ଆରମ୍ଭ କରିଥିଲା।

Image result for faith-over-religion-hindu-man-donates-rs-5-lakh-to-church Siasat

ଦିନେଶଙ୍କର ମଧ୍ୟ ଆମେରିକାରେ ଚାକିରି କରିବାର ଇଚ୍ଛା ଥିବାରୁ ସେ ସେଣ୍ଟ ମେରୀର ବେଶିଲିକା ଚର୍ଚ୍ଚକୁ ଯାଇ ନିଜର ଇଚ୍ଛା ଜଣାଇଥିଲେ। ଇଚ୍ଛା ପୂରା ହେଲେ ସେ ନିଜର ପ୍ରଥମ ଦରମା ମରାମତି ପାଇଁ ଦାନ କରିବାକୁ କହିଥିଲେ, ଯାହାକୁ ସେ ଏବେ ପୂରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe